ଏବେ ହ୍ବାଟସଆପ୍ ଜରିଆରେ ବୁକ୍ କରିପାରିବେ ବିମାନ ଟିକେଟ

ନୂଆଦିଲ୍ଲୀ: ଏବେ ବିମାନର ଟିକେଟ ବୁକ୍ କରିବା ପାଇଁ ଆପଣଙ୍କୁ କୌଣସି ୱେବସାଇଟ ବା ଆପକୁ ଯିବାକୁ ପଡ଼ିବ ନାହିଁ। କୌଣସି ନିର୍ଦ୍ଧିଷ୍ଟ ୱେବସାଇଟ୍ ପରିବର୍ତ୍ତେ ଏବେ ଆପଣ ହ୍ବାଟସଆପ୍ ମାଧ୍ୟମରେ ବିମାନର ଟିକେଟ ବୁକ୍ କରି ପାରିବେ।

ଘରୋଇ ଅନଲାଇନ୍ ଟ୍ରାଭେଲ କମ୍ପାନି ‘ଇଜମାଇଟ୍ରିପ୍’ ବିମାନ ଟିକେଟ ବୁକ୍ କରିବା ପାଇଁ ହ୍ବାଟସଆପ୍ ସହ ସହବନ୍ଧନ କରିଥିବା ଜଣା ପଡ଼ିଛି। ଏହା ଦ୍ବାରା ହ୍ବାଟସଆପ୍ ବ୍ୟବହାରକାରୀ ହ୍ବାଟସଆପ୍ ଜରିଆରେ ହିଁ ବିମାନ ଟିକେଟ ବୁକ୍ କରି ପାରିବେ। ତାଙ୍କୁ ଅନ୍ୟ କୌଣସି  ୱେବସାଇଟକୁ ଯିବାକୁ ପଡ଼ିବ ନାହିଁ।

ଟିକେଟ୍ ବୁକିଂ ପାଇଁ ‘ଇଜମାଇଟ୍ରିପ୍’ ପକ୍ଷରୁ ଏକ ନମ୍ବର(୯୯୯୦୩୩୦୩୩୦) ମଧ୍ୟ ଜାରି କରାଯାଇଛି। କମ୍ପାନିର ଏହି ନମ୍ବରକୁ ହ୍ବାଟସଆପ୍ କରି ଆପଣ ବିମାନ ଟିକେଟ ବୁକ୍ କରି ପାରିବେ। ଭାରତରେ ଅନଲାଇନ୍ ବିମାନ ଟିକେଟ ବୁକ୍ କରିବା କ୍ଷେତ୍ରରେ ନିଜ ଚାହିଦାକୁ ଅଧିକ ବଢ଼ାଇବା ପାଇଁ ‘ଇଜମାଇଟ୍ରିପ୍’ ହ୍ବାଟସଆପ୍ ସହ ସହବନ୍ଧନ କରିଛି। ଭାରତରେ ହ୍ବାଟସଆପର ଚାହିଦା ଅଧିକ ରହିଥିବାରୁ ‘ଇଜମାଇଟ୍ରିପ୍’ ହାଟ୍ବସଆପ୍ ଜରିଆରେ ବିମାନ ଟିକେଟ ବୁକ୍ କରିବା ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି।

Now, book flights right from WhatsApp, EaseMyTrip brings this new facility
bhaskar.com

ଏହି ସେବାର ଲାଭ ଉଠାଇବା ପାଇଁ ଆପଣଙ୍କୁ ହ୍ବାଟସଆପ୍ ନମ୍ବର ୯୯୯୦୩୩୦୩୩୦ରେ ମେସଜ୍ କରିବାକୁ ହେବା ବା https://wa.me/୯୧୯୯୯୦୩୩୦୩୩୦ ଲିଙ୍କ ଉପରେ କ୍ଲିକ୍ କରିବାକୁ ହେବ। ୯୯୯୦୩୩୦୩୩୦ରେ ମେସଜ୍ କରି ଆପଣ ବିମାନ ଯାତ୍ରା ସମ୍ବନ୍ଧିତ ସୂଚନା ଜାଣି ପାରିବା ସହ ଟିକେଟ ବୁକ୍ କରି ପାରି‌ବେ। ଏହା ସହ ଯାତ୍ରା ସମ୍ବନ୍ଧିତ କୌଣସି ପ୍ରଶ୍ନ ମଧ୍ୟ ପଚାରି ପାରିବେ।

ସମ୍ବନ୍ଧିତ ଖବର