ଏଣିକି ଏନପିଏସ ଖାତାଧାରକ ଉଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: କରୋନାର ପ୍ରକୋପ ମଧ୍ୟରେ ଅସୁବିଧାରେ ଥିବା ଲୋକଙ୍କୁ ରିଲିଫ୍ ଯୋଗାଇବା ପାଇଁ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି | ଲୋକମାନେ ଯେମିତି ଆର୍ଥିକ ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପ୍ରତି ସରକାର ଦୃଷ୍ଟି ଦେଇଛନ୍ତି । ପୂର୍ବରୁ ପିଏଫରୁ ପାଣ୍ଠି ଉଠାଣ କରିବାକୁ ଅନୁମତି ଦିଆଯାଇଥିଲା, ବର୍ତ୍ତମାନ ନ୍ୟୁ ପେନ୍ସନ୍ ସ୍କିମ୍ (NPS) ରୁ ଆଂଶିକ ପ୍ରତ୍ୟାହାରକୁ ମଧ୍ୟ ଅନୁମତି ଦିଆଯାଇଛି | ପ୍ରାୟ ୧.୩୫ କୋଟି ଏନପିଏସ ଆକାଉଣ୍ଟଧାରୀ ଏହାର ଫାଇଦା ଉଠାଇ ପାରିବେ |

Finserving.com

ପେନ୍ସନ୍ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫଆରଡିଏ) ପକ୍ଷରୁ ଶୁକ୍ରବାର ଦିନ କୁହାଯାଇଛି ଯେ କୋଭିଡ -୧୯ ର ଚିକିତ୍ସା ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଏନପିଏସ ଆକାଉଣ୍ଟଧାରୀଙ୍କୁ ଆଂଶିକ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ। ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଏକ ସର୍କୁଲାରରେ ପିଏଫଆରଡିଏ ପକ୍ଷରୁ କୁହାଯାଇଛି ଯେ, ‘ଭାରତ ସରକାର କୋଭିଡ -19 କୁ ମହାମାରୀ ଘୋଷଣା କରିଛନ୍ତି।

କୋଭିଡ -19 କୁ ଏକ ଗୁରୁତର ରୋଗ ବୋଲି ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି । ତେଣୁ ଏହି ରୋଗର ଚିକିତ୍ସା ପାଇଁ ଏନପିଏସ ଆକାଉଣ୍ଟଧାରୀଙ୍କୁ ସେମାନଙ୍କ ଅର୍ଥ ଆଂଶିକ ପ୍ରତ୍ୟାହାର କରିବାକୁ ଅନୁମତି ଦିଆଯିବ। ତେବେ ଅଟଳ ପେନ୍ସନ୍ ଯୋଜନା ର ଆକାଉଣ୍ଟଧାରୀଙ୍କ ପାଇଁ ଏହି ଆଂଶିକ ପ୍ରତ୍ୟାହାର ସୁବିଧା ଉପଲବ୍ଧ ହେବ ନାହିଁ ବୋଲି ପିଏଫଆରଡିଏ ସ୍ପଷ୍ଟ କରିଛି।

ସମ୍ବନ୍ଧିତ ଖବର