ଏଣିକି ମୋବିକ୍ୱିକ୍‌ ମାଧ୍ୟମରେ ବିଜୁଳି ବିଲ ପୈଠ କରିପାରିବେ ଓଡ଼ିଶାର ଉପଭୋକ୍ତା

ଭୁବନେଶ୍ୱର: ଭାରତର ଅଗ୍ରଣୀ ଡିଜିଟାଲ ଫିନାନ୍ସିଆଲ ସେବା ପ୍ଲାଟଫର୍ମ ମୋବିକ୍ୱିକ ପକ୍ଷରୁ ଓଡିଶାରେ ନେସକୋ, ସାଉଥକୋ ଏବଂ ୱେସକୋ ସହିତ ସହବନ୍ଧନ କରାଯାଇଛି । ଏହା ଦ୍ୱାରା ରାଜ୍ୟର ବିଜୁଳି ଉପଭୋକ୍ତାମାନେ ସୁବିଧାରେ ବିଲ୍‌ ପଇଠ ଏବଂ ଡ଼ିଜିଟାଇଜଡ଼୍‌ କରିବାରେ ସହାୟକ ହୋଇପାରିବ । ଏହି ସହବନ୍ଧନ ଦ୍ୱାରା ପାଖାପାଖି ୭୭ ଲକ୍ଷ ବ୍ୟବହାରକାରୀ ଉପକୃତ ହୋଇପାରିବେ । ଓଡିଶାରେ ଏହି ଅଫରର ଶୁଭାରମ୍ଭ ପରେ ମୋବିକ୍ୱିକରେ ବିଦ୍ୟୁତ୍‌ ବିଲ୍‌ ପଇଠ କରିବାବେଳେ KILLBILL କୋଡ ବ୍ୟବହାର ଦ୍ୱାରା ନଗଦ ୩୦୦ ଟଙ୍କାର କ୍ୟାସ ବ୍ୟାକ ମିଳିପାରିିବ । ଏହି ପରିପ୍ରେକ୍ଷୀରେ ମୋବିକ୍ୱିକର ପ୍ରତିଷ୍ଠାତା ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ପ୍ରିତ ସିଙ୍ଗ କହିଛନ୍ତି ଯେ, ‘ ଏଣିକି ଓଡିଶାବାସୀମାନେ ବିଦ୍ୟୁତ୍‌ ବିଲକୁ ସେମାନଙ୍କ ସ୍ମାର୍ଟଫୋନରେ କେବଳ ଗୋଟିଏ ଟ୍ୟାପରେ ପଇଠ କରିପାରିବେ । ଓଡ଼ିଶାରୁ ଆଜି ପର୍ଯ୍ୟନ୍ତ ଆମକୁ ଉତ୍ତମ ପ୍ରତିକ୍ରିୟା ମିଳିପାରିଛି । ପ୍ରତ୍ୟେକ ଦିନ ମୋବିକ୍ୱିକର ୧ ମିଲିୟନ୍‌ ମୁଲ୍ୟର ନେଣଦେଣ ହେଉଥିବାବେଳେ ଭାରତ ବିଲ୍‌ ପେମେଣ୍ଟ ସିଷ୍ଟମ୍‌(ବିବିପିଏସ୍‌) ଦେଶରେ ବିଲ୍‌ ପେମେଣ୍ଟ ସିଷ୍ଟମକୁ ଗୋଟିଏ ବ୍ରାଣ୍ଡ ଅଧିନରେ ପରିଚାଳନା କରିଥାଏ । ଗ୍ରାହକମାନେ ଉକ୍ତ ସିଷ୍ଟମ ମାଧ୍ୟମରେ ସେମାନଙ୍କର ବିଦ୍ୟୁତ, ଟେଲିଫୋନ୍‌, ଜଳ, ଗ୍ୟାସ୍‌, ଡ଼ାଇରେକ୍ଟ ଟୁ ହୋମ୍‌ ଟେଲିଭିଜନ୍‌ ଇତ୍ୟାଦିର ବିଲ୍‌ ପଇଠ କରିପାରିବେ ।

ସମ୍ବନ୍ଧିତ ଖବର