ଏବେ ୭ ମିନିଟ୍‌ ନୁହେଁ , ଏକ ଘଣ୍ଟା ମଧ୍ୟରେ ହ୍ଵାଟ୍ସଆପ୍‌ ମେସେଜ୍‌କୁ ଡିଲିଟ୍‌ କରିହେବ

ଫେସବୁକ କମ୍ପାନି ଅଧିନସ୍ଥ ମେସେଜିଂ ସେବା ହ୍ଵାଟ୍‌ସଅପ୍‌ ପକ୍ଷରୁ କିଛି ଦିନ ପୂର୍ବରୁ ‘ଡ଼ିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌’ ଫିଚର୍‌ ଆରମ୍ଭ କରାଯାଇଥିଲା । ଏହା ଦ୍ୱାରା ଉପଭୋକ୍ତା ଏକ ନିର୍ଦ୍ଦିଷ୍ଟ ସମୟ ଯଥା ୪୨୦ ସେକେଣ୍ଡ୍‌ ବା ୭ ମିନିଟ୍‌ର ସମୟ ମଧ୍ୟରେ ନିଜ ଦ୍ୱାରା ଭୁଲ୍‌ବଶତଃ ପଠାଯାଇଥିବା ମେସେଜ୍‌କୁ ଡ଼ିଲିଟ୍‌ କରିପାରୁଥିଲେ । ହେଲେ ଏବେ କଂପାନି ପକ୍ଷରୁ ଏହି ମେସେଜ୍‌ ଡ଼ିଲିଟ୍‌ କରିବାର ସମୟସୀମାକୁ ବୃଦ୍ଧିକରାଯାଇଛି । ଏବେ ଉପଭୋକ୍ତାମାନେ ଏବେ ଭୁଲ୍‌ବଶତଃ ପଠାଯାଇଥିବା ଏସ୍‌ଏମ୍‌ଏସ୍‌କୁ ୪୨୦ ସେକେଣ୍ଡ ପରିବର୍ତ୍ତେ ୪୦୯୬ ସେକେଣ୍ଡ୍‌ସ ବା ୬୮ ମିନିଟ୍‌ ମଧ୍ୟରେ ଡ଼ିଲିଟ୍‌ କରିପାରିବେ ।

କିଭଳି ପାଇବେ ଏହି ସୁବିଧା…

୧.ଏହି ନୂତନ ଭର୍ସନର ଫାଇଦା ଉଠାଇବାକୁ ହେଲେ,ପ୍ରଥମତଃ ଉପଭୋକ୍ତାଙ୍କୁ ତାଙ୍କର ‘ହ୍ଵାଟ୍‌ସଅପ୍‌’କୁ ଅପ୍‌ଡ଼େଟ୍‌ କରାଇବାକୁ ହେବ । ଏହାପରେ ସେ ତାଙ୍କର କୌଣସି ଏକ କଣ୍ଟାକ୍ଟ କୁ ଓପନ୍‌ କରି ଯେକୌଣସି ହେଲେ ମେସେଜ୍‌ ଟ୍ୟାବ୍‌ କରନ୍ତୁ।
୨. ଏବେ ସେହି ମେସେଜ୍‌ କୁ ଡ଼ିଲିଟ୍‌ କରିବାକୁ ହେଲେ କିଛି ସମୟ ଧରି ତାହାକୁ ଟ୍ୟାବ୍‌ କରନ୍ତୁ। ଏହା କରିବା ଯୋଗୁଁ ଉପର ପାର୍ଶ୍ୱରେ କିଛି ଅପ୍‌ସନ୍‌ ଦେଖିବାକୁ ମିଳିବ ।

୩.ଏଥିସହିତ ଏବେ ଆପଣଙ୍କୁ ଏଠାରେ ଉପରେ ପାର୍ଶ୍ୱରେ ଦେଖାଯାଉଥିବା ‘ଡ଼ିଲିଟ୍‌ ଫର୍‌ ଏଭ୍ରିଓ୍ଵାନ୍‌’ଅପ୍‌ସନ୍‌ ଟ୍ୟାବ୍‌ କରିବାକୁ ହେବ।
୪.ଏହା କରିବା ଯୋଗୁଁ ଆପଣଙ୍କ ସ୍କ୍ରିନ୍‌ ଉପରେ ଏକ ମେସେଜ୍‌ ଆସିବ, ଯେଉଁଥିରେ କି ଏହି ମେସେଜ୍‌ ସେତିକିବେଳେ ଡ଼ିଲିଟ୍‌ ହୋଇବ ଯେତେବେଳେ କି ଏହି ନୂତନ ଭର୍ସନ କୁ ଆପଣ ଚାଟ୍‌ କରୁଥିବା ବ୍ୟକ୍ତି ଜଣକ ଅପ୍‌ଡ଼େଟ୍‌ କରିଥିବେ । ଯାହାକି ଏକ ଲେଖା ଆକାରରେ ଆପଣଙ୍କ ସାମ୍ନାରେ ଦେଖାଯିବ ।

୫.ଏହାସହିତ ଆପଣ ଏଠାରେ ‘ଓକେ’ କରିବା କ୍ଷଣି ଉକ୍ତ ମେସେଜ୍‌ ଗୁଡ଼ିକ ଡ଼ିଲିଟ୍‌ ହୋଇଯିବ। ଯେଉଁଠି କି ମେସେଜ୍‌ ସ୍ଥାନରେ ୟୁ ଡ଼ିଲିଟେଡ଼୍‍ ଦ ମେସେଜ୍‌ ଲେଖାଯାଇଥାଏ ଓ ଦ୍ୱିତୀୟ ଉପଭୋକ୍ତାଙ୍କ ନିକଟକୁ ଦିସ୍‌ ମେସେଜ୍‌ ଡ଼ିଲିଟେଡ଼୍‍ ର ମେସେଜ୍‌ ଯାଇଥାଏ ।

୬.ହେଲେ ଏବେ ଯଦି ଉପଭୋକ୍ତା ଚାହଁନ୍ତି ତ,ତେବେ ‘ୟୁ ଡ଼ିଲିଟେଟ୍‌ ମେସେଜ୍‌ ’କୁ ବି ଡ଼ିଲିଟ୍‌ କରିପାରନ୍ତି। ତେବେ ଏନେଇ ତାଙ୍କୁ ଏବେ ଏହା ଉପରେ ଟ୍ୟାବ୍‌ କରି ଡ଼ିଲିଟ୍‌ କରିବାକୁ ପଡ଼ିବ ।

୭. ଏହି ମେସେଜ୍‌ ର ଡ଼ିଲିଟ୍‌ ହେବା ପରେ, ଯେଉଁ ମେସେଜ୍‌ ଆସୁଥିବ ତାହା ମଧ୍ୟ ଡ଼ିଲିଟ୍‌ ହୋଇଯିବ।ଯାହାକି ଅନ୍ୟଜଣଙ୍କ ଫୋନ୍‌ରେ ‘ଦିସ୍‌ ମେସେଜ୍‌ ଡ଼ିଲିଟେଡ଼୍‍’ ବୋଲି ଦେଖାଯାଉଥିଲା ।

ସମ୍ବନ୍ଧିତ ଖବର