ଏନ୍‌ପିଏସ୍‌ରେ ସରକାରୀ ଯୋଗଦାନ ୧୪%କୁ ବଢ଼ିଲା

ନୂଆଦିଲ୍ଲୀ: ଜାତୀୟ ପେନ୍‌ସନ୍ ସ୍କିମ୍‌ରେ କର୍ମଚାରୀମାନଙ୍କ ପାଇଁ ସରକାରୀ ଅବଦାନ ପରିମାଣ ବଢ଼ିଛି। ପୂର୍ବରୁ କର୍ମଚାରୀଙ୍କ ମୂଳ ଦରମାର ୧୦% କର୍ମଚାରୀ ନିଜେ ଅବଦାନ ଆକାରରେ ଦେଉଥିବା ବେଳେ ସରକାରଙ୍କ ଅବଦାନ ପରିମାଣ ମଧ୍ୟ ୧୦% ଥିଲା। ସରକାରଙ୍କ ଅବଦାନକୁ ଏବେ ୧୪% ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଆଜି ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ରେ ମଂଜୁରି ପ୍ରଦାନ କରାଯାଇଛି। ତେବେ ଏନ୍‌ପିଏସ୍‌କୁ ସର୍ବନିମ୍ନ ଅବଦାନ ପରିମାଣ ୧୦% ରହିବ। ଏହି ନିଷ୍ପତ୍ତି ଦ୍ବାରା ଅନେକ ସରକାରୀ କର୍ମଚାରୀ ଲାଭବାନ ହେବେ।

ସମ୍ବନ୍ଧିତ ଖବର