ଅକ୍ଟୋବର ୧୪ରେ ଫିଟ୍‌ଜୀର ବିଗବ୍ୟାଙ୍ଗ ଏଜ୍‌ ଟେଷ୍ଟ

ଭୁବନେଶ୍ୱର: ଫିଟ୍‌ଜୀ ପକ୍ଷରୁ ଆୟୋଜିତ ଚଳିତବର୍ଷର ବିଗ ବ୍ୟାଙ୍ଗ ଏଜ ଟେଷ୍ଟ ଆସନ୍ତାମାସ ୧୪ ତାରିଖରେ ଦେଶବ୍ୟାପୀ ଅନୁଷ୍ଠିତ ହେବ। ପଞ୍ଚମ ଶ୍ରେଣୀରୁ ଆରମ୍ଭ କରି ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିପାରିବେ । ଏହାର ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପଞ୍ଜୀକରଣ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଫିଟ୍‌ଜୀର ଏହି ବିଗ ବ୍ୟାଙ୍ଗ ଏଜ ଟେଷ୍ଟରେ ଅଂଶ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀମାନେ www.fiitjeelogin.com/mobile ୱେବସାଇଟ୍‌ ମାଧ୍ୟମରେ ପଞ୍ଜୀକରଣ କରିପାରିବେ। ଫିଟ୍‌ଜୀ ସେଣ୍ଟର ସହିତ ଯୋଗାଯୋଗ କରି ସବିଶେଷ ତଥ୍ୟ ପାଇପାରିବେ କିମ୍ବା www.bigbangedge.com ୱେବସାଇଟରୁ ମଧ୍ୟ ତଥ୍ୟ ସଂଗ୍ରହ କରିପାରିବେ ବୋଲି ଭୁବନେଶ୍ୱର ଫିଟଜି ସେଣ୍ଟରର ମୁଖ୍ୟ ରାଣାଜୟ ବର୍ଦ୍ଧନ ଓ ଫିଟଜି ଓଡ଼ିଶା ଅପରେସନର ପ୍ରତିନିଧି ପି.କେ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର