ବିଶ୍ୱ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଆଜିଠାରୁ ଆରମ୍ଭ ହୋଇଥିବା ଅର୍ନ୍ତଜାତୀୟ ବାଣିଜ୍ୟ ମେଳାରେ ବୁଧବାର ଓଡ଼ିଶାର ମଣ୍ଡପ ଉଦ୍‌ଘାଟିତ ହୋଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ମୁଖ୍ୟ ଆବାସିକ କମିସନର ସୁନୀଲ କୁମାର ଭାର୍ଗଭ ପ୍ରଗତି ମଇଦାନରେ ଓଡ଼ିଶା ମଣ୍ଡପକୁ ଉଦ୍‌ଘାଟନ କରିଥିଲେ। ଚଳିତ ବର୍ଷ ବାଣିଜ୍ୟ ମେଳାର ବିଷୟବସ୍ତୁ ‘ଭାରତରେ ଗ୍ରାମୀଣ ଉଦ୍ୟୋଗ’ ରହିଥିବା ହେତୁ ଓଡ଼ିଆ ମଣ୍ଡପରେ ରାଜ୍ୟର ଗ୍ରାମୀଣ ଉଦ୍ୟୋଗ ସମ୍ପର୍କିତ କର୍ଯ୍ୟଧାରା ପ୍ରଦର୍ଶିତ ହୋଇଛି। ଓଡ଼ିଶାର କ୍ଷୁଦ୍ର, ମଧ୍ୟମ, ଶିଳ୍ପ ସହ ହସ୍ତଶିଳ୍ପ, ହସ୍ତତନ୍ତ୍ର ଓ ବୟନ ଶିଳ୍ପ ଆଦି କ୍ଷେତ୍ରରେ ହୋଇଥିବା ସଫଳତାକୁ  ଉପସ୍ଥାପିତ କରାଯାଇଛି। ଓଡ଼ିଶାର ମଣ୍ଡପ ଉଦ୍‌ଘାଟନ କରିବା ପରେ ମୁଖ୍ୟ ଆବାସିକ କମିସନର ଶ୍ରୀ ଭାର୍ଗଭ ଅର୍ନ୍ତଜାତୀୟ ବାଣିଜ୍ୟ ମେଳାର ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିଥିଲେ।

ସମ୍ବନ୍ଧିତ ଖବର