ଓଡ଼ିଶାକୁ ନାବାର୍ଡ ଦେବ ୨୫୦୦ କୋଟିର ଆର୍‌ଆଇଡିଏଫ୍‌ ପାଣ୍ଠି

ଭୁବନେଶ୍ୱର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଗ୍ରାମୀଣ ଭିିତ୍ତିଭୂମି ବିକାଶ ପାଣ୍ଠି (ଆର୍‌ଆଇଡିଏଫ୍‌) ଅଧୀନରେ ଓଡ଼ିଶାକୁ ଚଳିତ ଆର୍ଥିକ ବର୍ଷରେ ୨୫୦୦ କୋଟି ଟଙ୍କା ପ୍ରଦାନ କରାଯିବ। ନାବାର୍ଡ ପକ୍ଷରୁ ଆର୍‌ଆଇଡିଏଫ୍‌ ଉପରେ ଆୟୋଜିତ ଏକ ରାଜ୍ୟ ସ୍ତରୀୟ ଯୋଜନା ଓ ସଚେତନତା କର୍ମଶାଳାରେ ଏହାର ସିଜିଏମ୍‌ ଡକ୍ଟର କେ ସି ପାଣିଗ୍ରାହୀ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଲେ, ଆର୍‌ଆଇଡିଏଫ୍‌ ପାଣ୍ଠି ହାସଲ କରିବାରେ ଓଡ଼ିଶା ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ସେହି ସ୍ଥିତିକୁ ବଜାୟ ରଖିବାକୁ ନାବାର୍ଡ ପ୍ରୟାସ କରିବ। ଏହି ଅବସରରେ ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହିନ କାନ୍ତ ପାଣ୍ଡେ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର