ଓଡ଼ିଶା ପର୍ଯ୍ୟଟନ କନ୍‌କ୍ଲେଭ୍ ସେପ୍ଟେମ୍ବର ୧୮ରେ

ଭୁବନେଶ୍ବର: ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘ (ଏଚ୍‌ଆର୍‌ଏଓ) ପକ୍ଷରୁ ସେପ୍ଟେମ୍ବର ୧୮ରେ ଚତୁର୍ଥ ଓଡ଼ିଶା ପର୍ଯ୍ୟଟନ କନକ୍ଲେଭ୍ ଆୟୋଜନ କରାଯିବ। ଏଥିରେ ଯୋଗ ଦେବା ଲାଗି ପରିବହନ, ଯାତାୟାତ, ଗଣମାଧ୍ୟମ, ପରଫରମିଂ ଆର୍ଟ, ବ୍ଲଗର୍, କଣ୍ଟେଣ୍ଟ୍‌ ରାଇଟର୍‌, ଦୁଃସାହସିକ କ୍ରୀଡ଼ା, ବିମାନ ଚଳାଚଳ, ଡିଜିଟାଲ୍ ମାର୍କେଟିଂ, ବ୍ରାଣ୍ଡିଂ, ସିନେମା ନିର୍ମାତା, ଇକୋ-ଟୁରିଜିମ୍ ପ୍ରେମୀ, ଶିକ୍ଷାବିତ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ଆମନ୍ତ୍ରଣ କରାଯିବ। ଗତବର୍ଷ ଆୟୋଜନ କରାଯାଇଥିବା କନକ୍ଲେଭର ତୃତୀୟ ସଂସ୍କରଣରେ ଯେଉଁ ସବୁ ପ୍ରସ୍ତାବ ଦିଆଯାଇଥିଲା ତାହା ରାଜ୍ୟ ସରକାରଙ୍କ ପାଇଁ ନୀତି ନିର୍ଧାରଣ କରିବା ବେଳେ ବେଶ ସହାୟକ ହୋଇଛି। ଚଳିତ ବର୍ଷର କନ୍‌କ୍ଲେଭ୍‌ରୁ ଯାହା ନିର୍ଯ୍ୟାସ ମିଳିତ ତାହା ନୂଆ ପର୍ଯ୍ୟଟନ ନୀତି ୨୦୨୦ ପ୍ରସ୍ତୁତ କରିବାରେ ବେଶ ସହାୟକ ହେବ ବୋଲି ଏଚ୍‌ଆର୍‌ଏଓ ଆଶାବାଦୀ ରହିଛି।

ସମ୍ବନ୍ଧିତ ଖବର