ପର୍ଯ୍ୟଟକ ଆଗମନ ବର୍ଷକୁ ୯% ହାରରେ ବଢ଼ୁଛି: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଶା ଟ୍ରାଭେଲ୍‌ ବଜାର ୨୦୧୮ ଉଦଘାଟିତ

ଭୁବନେଶ୍ୱର: ହୋଟେଲ୍‌ ମେଫେୟାର କନ୍‌ଭେନ୍‌ସନ୍‌ଠାରେ ଆଜି ଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ଟ୍ରାଭେଲ୍‌ ବଜାରର ଦ୍ୱିତୀୟ ସଂସ୍କରଣକୁ ମାନବ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ତିନି ଦିନିଆ କାର୍ଯ୍ୟକ୍ରମକୁ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଫିକି ପକ୍ଷରୁ ମିଳିତ ଭାବେ ଆୟୋଜନ କରାଯାଇଛି। ଓଡ଼ିଶା ଟ୍ରାଭେଲ୍‌ ବଜାରକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ରାଜ୍ୟକୁ ପର୍ଯ୍ୟଟକ ଅ।ଗମନ ହାର ବହୁତ ଭଲ ରହିଛି। ବାର୍ଷିକ ୯% ହାରରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅ।ଗାମୀ ଦିନରେ ଏହି ଅଭିବୃଦ୍ଧିର ଧାରା ଜାରି ରହିବ ବୋଲି ମୁଁ ଆଶାବାଦୀ। କେବଳ ସେତିକି ନୁହେଁ, ଝାରସୁଗୁଡ଼ାରେ ନୂଆ ବିମାନ ବନ୍ଦର ଖୋଲିଥିବାରୁ ପଶ୍ଚିମ ଓଡ଼ିଶା ପାଇଁ ବିମାନ ଚଳାଚଳ ସଂଯୋଗ ଉନକ୍ତ ହୋଇଛି। ସେହି ଅଂଚଳର ପର୍ଯ୍ୟଟନ ବିକାଶରେ ଏହା ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି । ଏୟାର ଏସିଆ ପକ୍ଷରୁ ମାଲେସିଆକୁୁ ବିମାନ ସଂଯୋଗ ପ୍ରଦାନ କରାଯାଉଥିବା ବେଳେ ଆଗାମୀ ଦିନରେ ଆହୁରି କେତେକ ନୂତନ ଆ‘ର୍ଜାତିକ ସ୍ଥାନକୁ ଏହା ବିମାନ ସଂଯୋଗ ପ୍ରଦାନ କରିବ ବୋଲି ସେ କହିଛନ୍ତି । ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ହକି ବିଶ୍ୱକପ୍‌ ଯୋଗୁ ରାଜ୍ୟକୁ ଅଧିକ ମାତ୍ରାରେ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ସେ ଆଶା ପ୍ରକଟ କରିଛନ୍ତି ।

ସମ୍ବନ୍ଧିତ ଖବର