ଥାଇଲାଣ୍ଡ ବୁଲିଲେ ଓଡ଼ିଶାର ଟ୍ରାଭେଲ ଏଜେଣ୍ଟ୍‌

ଭୁବନେଶ୍ବର: ଓଡ଼ିଶାର ଟ୍ରାଭେଲ ଏଜେଣ୍ଟମାନେ ଥାଇଲାଣ୍ଡର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିଛନ୍ତି। ଏୟାର ଏସିଆ ଓ ଟୁରିଜିମ୍ ଅଥରିଟି ଅଫ୍ ଥାଇଲାଣ୍ଡ (ଟାଟ୍) ତରଫରୁ ଏହି ଟ୍ରିପ୍ ଆୟୋଜନ କରାଯାଇଥିଲା। ଆସିଆନ୍ ଏବଂ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୬୪ ଟ୍ରାଭେଲ ଏଜେଣ୍ଟଙ୍କ ସହ ଓଡ଼ିଶା ଟ୍ରାଭେଲ ଏଜେ‌ଣ୍ଟଙ୍କ ଏକ ଟିମ୍ ସାମିଲ ହୋଇଥିଲେ। ଟାଟ୍ ତରଫରୁ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସେଠାକାର ଟୁରିଷ୍ଟ ଅପରେଟରମାନଙ୍କ ସହିତ ଭ୍ରମଣକାରୀ ଦଳର ପ୍ରତିନିଧିମାନେ ଆଲୋଚନା କରିଥିଲେ। ନୂତନ ଭାବେ ବିକଶିତ ହେଉଥିବା ପର୍ଯ୍ୟଟନସ୍ଥଳୀ ସାତୁନ୍ ଓ ହାତିୟାଲ ସମ୍ପର୍କରେ ବିଶେଷଭାବେ ଆଲୋକପାତ କରାଯାଇଥିଲା। ଭୁବନେଶ୍ବରରୁ ବ୍ୟାଙ୍କକକୁ ସିଧାସଳଖ ବିମାନ ଚଳାଚଳ ହେବା ପରେ ଥାଇଲାଣ୍ଡକୁ ଓଡ଼ିଆ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି।

ସମ୍ବନ୍ଧିତ ଖବର