ଓଡ଼ିଆ ଅଧିକାରୀଙ୍କୁ ସିବିଡିଟି ସଦସ୍ୟ ଭାବେ ନିଯୁକ୍ତି

ନୂଆଦିଲ୍ଲୀ,: ୧୯୮୨ ବ୍ୟାଚ୍‌ର ଓଡ଼ିଆ ଆଇଆର୍‌ଏସ୍‌ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କୁ କେନ୍ଦ୍ରୀୟ ପ୍ରତ୍ୟକ୍ଷକର ‌ବୋର୍ଡ (ସିବିଡିଟି)ର ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଶ୍ରୀ ଦାସଙ୍କ ବ୍ୟତୀତ ନୀନା କୁମାର ଓ ଅକିଳେଶ ରଞ୍ଜନଙ୍କୁ ମଧ୍ୟ ସଦସ୍ୟ ଭାବେ ନିଯୁକ୍ତି ମିଳିଛି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟିରେ ଏହି ତିନି ଜଣଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଏହି ତିନି ଅଧିକାରୀ ୨୦୨୦ ଏପ୍ରିଲ୍ ୩୦ରେ ଅବସର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର