ବଜାରରେ ‘ଓଜି ହେଭି ଡ୍ୟୁଟି’ର ନୂଆ ଇଲେକ୍ଟ୍ରୋନିକ୍ସ ଉତ୍ପାଦ

ଭୁବନେଶ୍ୱର: ଦିଲ୍ଲୀ ଭିତ୍ତିକ ଇଲେକ୍‌ଟ୍ରୋନିକ୍ସ ଉତ୍ପାଦ ନିର୍ମାତା ଓ.ଜି.ହେଭି ଡ୍ୟୁଟି ପ୍ରାଇଭେଟ୍‌ ଲିମିଟେଡ ଓଡିଶାରେ ଏହାର ବ୍ୟବସାୟ ଆରମ୍ଭ କରିଛି। ଏୟାର କଣ୍ଡିସନର୍‌,ଏଲଇଡି ଟିଭି,ଓ୍ଵାଟର ଡିସ୍‌ପେନ୍‌ସନର ଆଦି ସାମଗ୍ରୀ ଉତ୍ପାଦନ କରିଥିବା ଏହି କମ୍ପାନି ଚଳିତ ବର୍ଷ ଶେଷ ସୁଦ୍ଧା ୧୫ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖିଛି ବୋଲି ପୁରୀ ଠାରେ ଆୟୋଜିତ ନୂତନ ଉତ୍ପାଦର ବଜାର ପ୍ରବେଶ ଏବଂ ଡିଲର ସମ୍ମିଳନୀରେ କମ୍ପାନିର ଓଡ଼ିଶା ମୁଖ୍ୟ କହିଛନ୍ତି। ଓ.ଜି.ହେଭି ଡ୍ୟୁଟିର ଉତ୍ପାଦ ଗ୍ରାହକ ମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି ବୋଲି କମ୍ପାନିର ନିର୍ଦେଶକ ବୈଭବ ଜୈନ କହିଥିଲେ। ମାସକ ମଧ୍ୟରେ ଓଡିଶାରେ କମ୍ପାନି ୩୦ ଡିଷ୍ଟ୍ରିବ୍ୟୁଟର ଓ ଡିଲରଙ୍କୁ ନିଯୁକ୍ତି ଦେଇଥିବା ବେଳେ ୧୫ଟି ସର୍ଭିସ ସେଣ୍ଟର ଖୋଲିଛି। ଏହି ଅବସରରେ ଅନ୍ୟତମ ନିର୍ଦ୍ଦେଶକ ସଂଜୟ କୁମାର, ଏ. ଜୈନ ଓ ମାନବ ସମ୍ବଳ ମୁଖ୍ୟ ତରୁଣ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର