ଟଙ୍କା, ତେଲ ଦର ନେଇ ମାନସମନ୍ଥନ କରିବେ ମୋଦୀ

ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ଦୁର୍ବଳ ସ୍ଥିତି ଓ ପେଟ୍ରୋଲ୍‌, ଡିଜେଲ ଦରରେ ହେଉଥିବା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। ଏହି ଦୁଇ ସମସ୍ୟାର କିଭଳି ମୁକାବିଲା କରାଯାଇପାରିବ ସେ ବିଷୟରେ ଆଲୋଚନା କରିବା ପାଇଁ ସେ ଦେଶର ଆର୍ଥିକ ପରାମର୍ଶଦାତାଙ୍କ ଏକ ବୈଠକ ଡକାଇବା ଉପରେ ବିଚାର କରୁଛନ୍ତି। ସେହି ବୈଠକରେ ଟଙ୍କା ଓ ତେଲ ସ୍ଥିତିକୁ ନେଇ ମାନସ ମନ୍ଥନ ହେବ। ସେହି ବୈଠକରେ ତେଲ ଦରକୁ ନେଇ ମଧ୍ୟ ଆଲୋଚନା ହେବ। ପେଟ୍ରୋଲ୍‌ ଓ ଡିଜେଲ୍‌ ଦରକୁ ନେଇ ସରକାର କିଛି ନୂଆ ପଦକ୍ଷେପ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି। ଟଙ୍କା ମୂଲ୍ୟରେ ଆଜି ମଧ୍ୟ ହ୍ରାସର ଧାରା ଜାରି ରହିଥିଲା। ଏକ ଡଲାର ମୂଲ୍ୟ ୭୨ ଟଙ୍କା ୭୫ ପଇସା ସ୍ତରରେ ପହଞ୍ଚିଯାଇଛି।

ସମ୍ବନ୍ଧିତ ଖବର