ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସର ପ୍ରଭାବ : ଗତ ଏକ ମାସରେ ପେଟ୍ରୋଲ, ଡିଜେଲ ଦର ୫-୬ ଟଙ୍କା କମିଛି

ନୂଆଦିଲ୍ଲୀ : ଆଜି ପେଟ୍ରୋଲ ଓ ଡିଜେଲ ଦର ୧୨ରୁ ୧୩ ପଇସା ପର୍ଯ୍ୟନ୍ତ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସ ପାଇବା ଯୋଗୁଁ ଦେଶରେ ତେଲ ଦର କମୁଛି । ଗତ ମାସକ ମଧ୍ୟରେ ଦେଶରେ ପେଟ୍ରୋଲ ଦର ପ୍ରାୟ ୫ରୁ ୬ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇସାରିଲାଣି ।
ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୬.୩୮ ଓ ଡିଜେଲ ଦର ଲିଟର ପିଛା ଟ.୭୧.୨୭ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୫.୨୭ ଓ ଡିଜେଲ ୭୬.୪୭ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଗତ ଅକ୍ଟୋବର ୨୦ରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ୮୨ ପଇସା ଓ ଡିଜେଲ ୮୦ ଟଙ୍କା ୮୮ ପଇସା ଥିଲା ।

ସମ୍ବନ୍ଧିତ ଖବର