ଗତ କିଛି ଦିନ ହେଲା ତେଲଦର କମୁଛି, କିନ୍ତୁ ବେଶୀ ଖୁସି ହୁଅନ୍ତୁ ନାହିଁ, ନିର୍ବାଚନ ପରେ ବଢିବା ନିଶ୍ଚିତ

ଭୁବନେଶ୍ବର : ଆଜି ଦେଶର ବିଭିନ୍ନ ସହରରେ ତେଲ ଦର ଅପରିବର୍ତ୍ତିତ ରହିଛି । ଗତ କିଛି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଚାଲିଛି । କିନ୍ତୁ ଏହି ହ୍ରାସକୁ ନେଇ ଜନସାଧାରଣ ବିଶେଷ ଖୁସି ହେବାର କାରଣ ନାହିଁ । କାରଣ ନିର୍ବାଚନ ପରେ ତେଲ ଦର ବଢିବାର ସମ୍ଭାବନା ରହିଛି । ବିଶ୍ବ ବଜାରରେ ତେଲ ଦର ଗତ କିଛି ମାସହେଲା ବଢିଚାଲିଛି, ଏହା ସତ୍ତ୍ବେ ନିର୍ବାଚନକୁ ଦେଖି ତେଲ କମ୍ପାନିମାନେ ଦର ବଢଉନାହାନ୍ତି । ଗତ ଜାନୁଆରୀ ମାସରେ ଇଣ୍ଡିଆନ ବାସ୍କେଟ କ୍ରୁଡ ଅଏଲ ଦର ବ୍ୟାରେଲ ପିଛା ପ୍ରାୟ ୫୨ ଡଲାର ଥିବାବେଳେ ଏବେ ତାହା ବଢି ବଢି ୭୨ ଡଲାର ଟପିଲାଣି ।

ଏହା ଫଳରେ ତେଲ କମ୍ପାନିଙ୍କ କ୍ଷତି ମଧ୍ୟ ବଢିଚାଲିଛି । ଏପରି ଏକ ସମୟରେ ଇରାନ ଓ ଆମେରିକା ମଧ୍ୟରେ ତିକ୍ତତା ଲାଗି ରହିଥିବାରୁ ଏହାର ପ୍ରଭାବ ତୈଳ ଦର ଉପରେ ଚାପ ପକାଇବ ଓ ଦର ବୃଦ୍ଧି ପାଇବ ବୋଲି ଅନେକ ବିଶେଷଜ୍ଞ ଅନୁମାନ କରୁଛନ୍ତି । ସେହିପରି ଏହାର ପ୍ରଭାବରେ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ଅନୁସାରେ ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏଣୁ ଆଗକୁ ମହଙ୍ଗା ତେଲ ପାଇଁ ପ୍ରସ୍ତୁତ ରୁହନ୍ତୁ । ଆଜି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଟ.୭୦.୧୬ ରେ ବିକ୍ରି ହେଉଥିବାବେଳେ ଡିଜେଲ ଟ.୭୦.୬୦ରେ ବିକ୍ରି ହେଉଛି ।

ସମ୍ବନ୍ଧିତ ଖବର