ଦୁଇଦିନର ବିରାମ ପରେ ଆଜି ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର : ଗତ ଦୁଇଦିନ ଧରି ଅପରିବର୍ତ୍ତିତ ରହିବା ପରେ ଆଜ ପୁଣିି ଦେଶବ୍ୟାପୀ ପେଟ୍ରୋଲ ଦର ଲିଟର ପିଛା ୨୦ରୁ ୨୨ ପଇସା ପର୍ଯ୍ୟନ୍ତ କମିଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୮.୪୪ ଓ ଡିଜେଲ ଦର ଟ.୬୨.୪୪ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ଟ.୬୭. ୪୭ କୁ ଖସିଆସିଛି ଓ ଡିଜେଲ ଦର ଟ.୬୬.୯୨ କୁ ହ୍ରାସ ପାଇଛି ।

ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନିଗିରି ଜିଲ୍ଲାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ଟ.୭୧.୪୯ ଓ ଟ.୭୦.୯୫ ରହିଛି । ଦେଶରେ ଉଭୟ ପେଟ୍ରୋଲ ଓ ଡିଜେଲ ସରକାରୀ ନିୟନ୍ତ୍ରଣମୁକ୍ତ ହୋଇଥିବାରୁ ତେଲ ଦର ଉପର ତଳ ହେଉଛି । ଗତ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅଶୋଧିତ ତେଲ ଦର ମହଙ୍ଗା ଥିବାରୁ ଦେଶରେ ପେଟ୍ରୋଲ, ଡିଜେଲ ଦର ବଢୁଥିଲା । କିନ୍ତୁ ଏବେ ଅନ୍ତର୍ଜାତୀୟ ବଜାରେ ତେଲଦର କମୁଥିବାରୁ ଦେଶରେ ଦର କମିଚାଲିଛି । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୬.୯୦ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୨.୪୩ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର