କ୍ରମାଗତ ୧୯ ତମ ଦିନ ପାଇଁ କମିଲା ପେଟ୍ରୋଲ, ଡିଜେଲ ଦର, ସେପ୍ଟେମ୍ବର ପରଠାରୁ ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ଅବ୍ୟାହତ ରହିଛି । ଆଜି ପେଟ୍ରୋଲ ଲିଟର ପିଛା ୨୨ ପଇସା ଓ ଡିଜେଲ ୨୦ ପଇସା ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ହ୍ରାସ ପାଇବା ଏହି ଦର ହ୍ରାସର କାରଣ ବୋଲି କୁହାଯାଉଛି । ଆଜିର ଏହି ହ୍ରାସ ସହ ଗତ ସେପ୍ଟେମ୍ବର ପରଠାରୁ ତେଲଦର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଗତ ସେପ୍ଟେମ୍ବର ପରଠାରୁ ତେଲ ଦର ନିୟମିତଭାବେ ବଢିଚାଲିଥଲା ।
ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୮.୫୬ ଓ ଡିଜେଲ ଦର ଲିଟର ପିଛା ଟ.୭୩.୧୬ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୭. ୪୩ ଓ ଡିଜେଲ ୭୮.୫୧ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଅନ୍ତର୍ଜାତୀୟ ବଜାରେର ଅକ୍ଟୋବର ପ୍ରଥମ ସପ୍ତାହରେ ଅଶୋଧିତ ତେଲ ଦର ୮୪ ଡଲାର ଟପିଯାଇଥିବାବେଳେ ଏବେ ତାହା ୭୨ ଡଲାରକୁ ଖସିଆସିଛି । ଏହି କାରଣରୁ ଭାରତରେ ତେଲ କମୁଛି ଓ ସରକାରଙ୍କ ମୁଣ୍ଡବ୍ୟଥା କିଛିଟା ଦୂର ହୋଇଛି ।

ସମ୍ବନ୍ଧିତ ଖବର