ଆଜିପୁଣି କମିଲା ତେଲଦର, ଆସନ୍ତାକାଲି ଭୁବନେଶ୍ୱରରେ ପେଟ୍ରୋଲ ଟ.୭୦ ତଳକୁ ଖସିବା ସମ୍ଭାବନା

ନୂଆଦିଲ୍ଲୀ : ଗତ କାଲିର ବିରାମ ପରେ ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୩୯ରୁ ୪୨ ପଇସା ଓ ଡିଜେଲ ୪୨ରୁ ୪୬ ପଇସା କମିଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୧.୩୮ ଓ ଡିଜେଲ ଦର ଟ.୬୬.୦୧ ରେ ପହଞ୍ଚିଛି ବୋଲି ହିନ୍ଦୁସ୍ତାନ ପେଟ୍ରୋଲିୟମ ପକ୍ଷରୁ କୁହାଯାଇଛି ।

ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଧୀରେ ଧୀରେ ପେଟ୍ରୋଲ ଓ ଡିଜେଲ ମଧ୍ୟରେ ତଫାତ କମିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୦.୩୨ ଓ ଡିଜେଲ ଟ. ୭୦.୭୨ ରେ ବିକ୍ରି ହେଉଛି । ଭୁବନେଶ୍ୱରର ଏହି ଦରକୁ ଦେଖିଲେ ଅନୁମାନ କରାଯାଉଛି ଯେ ଆସନ୍ତା କାଲି ଏଠାରେ ପେଟ୍ରୋଲ ଦର ଟ.୭୦ ତଳକୁ ଖସିବ । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

କିନ୍ତୁ ଅନ୍ତର୍ଜାତୀୟ ବଜାରରେ ଅତି ଦ୍ରୁତ ଗତିରେ ତେଲ ଦର କମୁଥିବାବେଳେ ଭାରତୀୟ ବଜାରରେ ତେଲ କମ୍ପାନିମାନେ ସେହି ଅନୁପାତରେ ଦର କମାଉ ନାହାନ୍ତି । ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୫୯.୭୭ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୧.୪୭ ଡଲାରକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର