କ୍ରମାଗତ ୫ମ ଦିନ ପାଇଁ କମିଲା ତେଲଦର, ପେଟ୍ରୋଲ ୩୦ ପଇସା ଓ ଡିଜେଲ ୨୭ ପଇସା ହ୍ରାସ

ନୂଆଦିଲ୍ଲୀ : କ୍ରମାଗତ ୫ୟ ଦିନ ପାଇଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ପାଇଥିବାରୁ ରାଷ୍ଟ୍ରାୟତ ତେଲ କମ୍ପାନିମାନେ ଏହି ଦର ହ୍ରାସ କରିଛନ୍ତି । ପେଟ୍ରୋଲ ଦର ଲିଟର ପିଛା ୩୦ ପଇସା କମିଥିବାବେଳେ ଡିଜେଲ ଦର ଲିଟରପିଛା ୨୭ ପଇସା ହ୍ରାସ ପାଇଛି । ଏହି ହ୍ରାସ ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ଟ.୮୦.୪୪ ଓ ଡିଜେଲ ଦର ଲିଟର ପିଛା ଟ.୭୪.୯୨ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦରତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୮୦.୨୭ ଓ ଡିଜେଲ ୮୦.୪୦ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । କେନ୍ଦ୍ର ସରକାର କିଛିଦିନତଳେ ତେଲ ଦର ୨ଟଙ୍କା ୫୦ ପଇସା କମାଇଥିଲେ । ଅନ୍ୟପକ୍ଷରେ ପ୍ରାୟ ଅଧିକାଂଶ ରାଜ୍ୟ ତେଲ ଉପରୁ ଭାଟ କମାଇଥିବାବେଳେ ଦିଲ୍ଲୀ ସରକାର କମାଇନଥିବାରୁ ଆଜି ଦିଲ୍ଲୀର ପ୍ରାୟ ୪୦୦ ରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିଛି ।

ସମ୍ବନ୍ଧିତ ଖବର