କ୍ରମାଗତ ୩ୟ ଦିନ ପାଇଁ ତେଲଦର ବୃଦ୍ଧି : ପେଟ୍ରୋଲ ୨୦ ପଇସା ଓ ଡିଜେଲ ୩୧ ପଇସା ବଢିଲା

ନୂଆଦିଲ୍ଲୀ : କ୍ରମାଗତ ୩ୟ ଦିନ ପାଇଁ ତେଲଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଲିଟର ପିଛା ୧୯-୨୦ ପଇସା ଓ ଡିଜେଲ ଲିଟର ପିଛା ୨୯-୩୧ ପଇସା ବୃଦ୍ଧି ପାଇଛି । ଗତକାଲି ପେଟ୍ରୋଲ ଲିଟର ପିଛା ୧୯ ପଇସା ଓ ଡିଜେଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇଥିଲା । ଆଜିର ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୬୯.୨୬ ଓ ଡିଜେଲ ଦର ଲିଟର ପିଛା ଟ.୬୩.୧୦ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୬୮.୨୮ ଓ ଡିଜେଲ ଟ. ୬୭.୬୪ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୭୨.୩୦ ଓ ଡିଜେଲ ଟ.୭୧.୬୬ରେ ବିକ୍ରି ହେଉଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ତେଲଦର ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୦.୪୮ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୬.୫୧ ଡଲାରକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର