କ୍ରମାଗତ ୫ମ ଦିନ ପାଇଁ ତେଲଦର ବୃଦ୍ଧି : ପେଟ୍ରୋଲ ୩୮ ପଇସା ଓ ଡିଜେଲ ୪୯ ପଇସା ବଢିଲା

ନୂଆଦିଲ୍ଲୀ : କ୍ରମାଗତ ୫ମ ଦିନ ପାଇଁ ତେଲଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଲିଟର ପିଛା ୩୮ ପଇସା ଓ ଡିଜେଲ ଲିଟର ପିଛା ୪୯ ପଇସା ବୃଦ୍ଧି ପାଇଛି । ଆଜିର ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୧୩ ଓ ଡିଜେଲ ଦର ଲିଟର ପିଛା ଟ.୬୪.୧୮ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୬୯.୧୪ ଓ ଡିଜେଲ ଟ. ୬୮.୮୦ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୭୩.୧୬ ଓ ଡିଜେଲ ଟ.୭୨.୮୩ରେ ବିକ୍ରି ହେଉଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ତେଲଦର ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୦.୪୮ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୬.୫୧ ଡଲାରକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର