ଆଜିର ତେଲଦର : ପେଟ୍ରୋଲ ୧୯ ପଇସା ଓ ଡିଜେଲ ୧୪ ପଇସା କମିଲା

ନୂଆଦିଲ୍ଲୀ : ଗତ କାଲି ପରି ଆଜି ମଧ୍ୟ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି । ପେଟ୍ରୋଲ ଲିଟର ପିଛା ୧୯ ପଇସା ଓ ଡିଜେଲ ୧୪ ପଇସା ହ୍ରାସ ପାଇଛି । ଗତ କାଲି ପେଟ୍ରୋଲ ଦର ୧୮-୧୯ ପଇସା କମିଥିଲା, କିନ୍ତୁ ଡିଜେଲ ଦର କମି ନଥିଲା । ବିଗତ ୧୬ ଦିନ ମଧ୍ୟରେ କେବଳ ଗୋଟିଏ ଦିନ କୁ ଛାଡିଦେଲେ ତେଲଦର କ୍ରମାଗତ ହ୍ରାସ ପାଇଚାଲିଛି । ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ପାଇବା ଏହାର କାରଣ ବୋଲି କୁହାଯାଉଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୯.୧୮ ଓ ଡିଜେଲ ଦର ଲିଟର ପିଛା ଟ.୭୩.୬୪ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦରତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ  ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ  ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୮.୦୫ ଓ ଡିଜେଲ ୭୯. ୦୩ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ସେହିପରି ଇରାନଠାରୁ ଭାରତକୁ ତେଲ କିଣିବାକୁ ଆମେରିକା ଅନୁମତି ଦେବା ବିଷୟ ଜଣାପଡିବା ପରେ ଭାରତ ସରକାର କିଛିଟା ଆଶ୍ବସ୍ତ ହୋଇଛନ୍ତି ।

ସମ୍ବନ୍ଧିତ ଖବର