ଆଜିର ତେଲଦର : ପେଟ୍ରୋଲ ୧୮-୧୯ ପଇସା କମିଲା, ଡିଜେଲ ଦର ଅପରିବର୍ତ୍ତିତ

ନୂଆଦିଲ୍ଲୀ : ଗତ କାଲି ତେଲ ଦର ଅପରିବର୍ତ୍ତିତ ଥିଲା । କିନ୍ତୁ ଆଜି ଦେଶରେ ପେଟ୍ରୋଲ ଦର ହ୍ରାସ ପାଇଥିବାବେଳେ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ବିଗତ ୧୫ ଦିନ ମଧ୍ୟରେ କେବଳ ଗୋଟିଏ ଦିନ (ଗତକାଲି)କୁ ଛାଡିଦେଲେ ତେଲଦର କ୍ରମାଗତ ହ୍ରାସ ପାଇଚାଲିଛି । ଅନ୍ତର୍ଜାତୀୟ ବଜାରରେ ଦର ହ୍ରାସ ପାଇବା ଏହାର କାରଣ ବୋଲି କୁହାଯାଉଛି । ପେଟ୍ରୋଲ ଦର ଲିଟର ପିଛା ୧୮-୧୯ ପଇସା ହ୍ରାସ ପାଇଛି । ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୯.୩୭ ଓ ଡିଜେଲ ଦର ଲିଟର ପିଛା ଟ.୭୩.୭୮ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦରତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । କିନ୍ତୁ ଉଭୟ ପେଟ୍ରୋଲ ଓ ଡିଜେଲ ଦର ୮୦ ତଳକୁ ଖସିଆସିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୮.୨୨ ଓ ଡିଜେଲ ୭୯.୧୭ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ସମ୍ବନ୍ଧିତ ଖବର