କର୍ଣ୍ଣାଟକରେ ଓଲା ସେବା ବ୍ୟାନ୍‌, ଲାଇସେନ୍ସ ଛଅମାସ ପାଇଁ ବାତିଲ

କର୍ଣ୍ଣାଟକ: କର୍ଣ୍ଣାଟକର ପରିବହନ ବିଭାଗ ଓଲା ଲାଇସେନ୍ସକୁ ଆଗାମୀ ଛଅମାସ ପାଇଁ ବାତିଲ କରି ଦେଇଛି। ଓଲା ଆପ୍‌ ଟ୍ୟାକ୍ସି ବୁକିଂ ସେବା ଦେବାର ପ୍ରମୁଖ କମ୍ପାନି। ପରିବହନ ବିଭାଗର କହିବାନୁସାରେ, କମ୍ପାନିକୁ ଏହାର ଆଦେଶ ପାଇବାର ତିନିଦିନ ଭିତରେ ନିଜର ଲାଇସେନ୍ସ ତାଙ୍କ ପାଖରେ ଜମା କରିବା ସହିତ ଟ୍ୟାକ୍ସି ସେବା ବନ୍ଦ କରିବାକୁ କୁହାଯାଇଛି।

କର୍ଣ୍ଣାଟକର ପରିବହନ ବିଭାଗଙ୍କ କହିବାନୁସାରେ, ଓଲାର ସଞ୍ଚାଳନ କରୁଥିବା କମ୍ପାନି ଏନି ଟେକନୋଲୋଜିସ୍‌ ପ୍ରାଇଭେଟ ଲିମିଟେଡ ବେଙ୍ଗାଲୁରୁ କର୍ଣ୍ଣାଟକ ଆନ୍‌-ଡିମାଣ୍ଡ ପରିବହନର ଏଗ୍ରିଗେଟର୍ସ ନିୟମ-୨୦୧୬ର ଉଲଂଘନ୍ନ କରିଛି।

ଏହି ପ୍ରସଙ୍ଗରେ ଓଲା ପକ୍ଷରୁ ପ୍ରକାଶ, ସେ ନିୟମର ଅନୁପାଳନ କରିବା କମ୍ପାନି। ଓଲା ମାମଲାର ମର୍ଯ୍ୟଦାପୂର୍ଣ୍ଣ ଭାବେ ସମାଧାନ ପାଇଁ ସମସ୍ତ ବିକଳ୍ପ ଉପରେ କାମ କରୁଛି।

ସମ୍ବନ୍ଧିତ ଖବର