ନିୟମ କୋହଳ କଲା ରିଜର୍ଭ ବ୍ୟାଙ୍କ : ଅଚଳ ହେବ ନାହିଁ ପୁରୁଣା ଏଟିଏମ କାର୍ଡ; ଜାରି ରଖନ୍ତୁ ଆର୍ଥିକ କାରବାର

ମୁମ୍ବାଇ: ଯେଉଁମାନେ ନିଜର ପୁରୁଣା ଏଟିଏମ୍ କାର୍ଡ ବଦଳାଇ ପାରି ନାହାନ୍ତି, ସେମାନଙ୍କ ଲାଗି ସୁଖବର। ଆଉ କିଛି ଦିନ ଲାଗି କାମ କରିବ ପୁରୁଣା କାର୍ଡ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ କାର୍ଡ ଜରିଆରେ ହେଉଥିବା ବିଭିନ୍ନ ପ୍ରକାରର ଠକେଇ ତଥା ଅପରାଧୀକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶନାମା ଜାରି କରି କହିଥିଲା କି, ସେମାନେ ନିଜ ଗ୍ରାହକଙ୍କୁ ଜାରି କରିଥିବା ପୁରୁଣା ମାଗଷ୍ଟ୍ରିପ୍ କାର୍ଡ ତଥା ବିନା ଚିପ ଥିବା କାର୍ଡକୁ ଆଗାମୀ ୩୧ ଡିସେମ୍ବର ପୂର୍ବରୁ ବଦଳାଇ ଇଲେକ୍ଟ୍ରୋନିକ ଇଏମଭି ଚିପ କାର୍ଡ ଜାରି କରନ୍ତୁ । ତେବେ ନିର୍ଧାରିତ ଅବଧି ସୁଦ୍ଧା ପାଖାପାଖି ୪୦ ପ୍ରତିଶତ ଗ୍ରାହକଙ୍କର ଏଟିଏମ କାର୍ଡ ବଦଳା ଯାଇପାରିନାହିଁ । ତେଣୁ ଗ୍ରାହକଙ୍କ ସୁବିଧା ପାଇଁ ଆରବିଆଇ ନିୟମକୁ .କୋହଲ କରିଦେଇଛନ୍ତି । ଫଳରେ ବ୍ୟାଙ୍କଗୁଡ଼ିକ ଦ୍ୱାରା ପୂର୍ବରୁ ଜାରି ପୁରୁଣା ମାଗଷ୍ଟ୍ରିପ କାର୍ଡ କାମ କରିବ ବୋଲି ଜଣାପଡ଼ିଛି । ତେବେ ଏହି ଏଟିଏମ କାର୍ଡ କେବେ ଯାଏଁ କାମ କରିବ, ଏ ସଂପର୍କରେ ଏଯାବତ କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ । 

ଏ .ନେଇ ସେଣ୍ଟ୍ରାଲ୍ ବ୍ୟାଙ୍କର ଡିଜିଏମ ଆଲୋକ ଶ୍ରୀବାସ୍ତବ କହନ୍ତି, ଗତ ୩୧ ଡିସେମ୍ବର ସୁଦ୍ଧା ପୁରୁଣା ମାଗଷ୍ଟ୍ରିପ୍ କାର୍ଡକୁ ବନ୍ଦ କରିବାର ଘୋଷଣା କରାଯାଇଥିଲା ।  ଜୋର ସୋରରେ କାର୍ଡ ଅଦଳବଦଳ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଥିଲା । ଏବେ ବି ଏହି ପ୍ରକ୍ରିୟା ଜାରି ରହିଛି, ମାତ୍ର ସଂପୂର୍ଣ୍ଣ .ହୋଇପାରି ନାହିଁ । ତେବେ ବର୍ତ୍ତମାନ ପାଇଁ ପୁରୁଣା ମାଗଷ୍ଟ୍ରିପ କାର୍ଡ ବ୍ଲକ୍ କରାଯିବ ନାହିଁ , ଅର୍ଥାତ୍ ଏବେ ବି ପୁରୁଣା କାର୍ଡ କାମ କରୁଥିବ ।

ଏଯାବତ୍ ୟୁନିୟନ ବ୍ୟାଙ୍କ ଏବଂ ପିଏନବିରେ ପାଖାପାଖି ୧୦୦ ପ୍ରତିଶତ ଗ୍ରାହକଙ୍କ ନିକଟରେ ଚିପ୍ ବାଲା କାର୍ଡ ପହଂଚିସାରିଛି । ଏସବିଆଇ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କର ପାଖାପାଖି ୪୦ ପ୍ରତିଶତ ଗ୍ରାହକଙ୍କ କାର୍ଡ ଏଯାବତ୍ ବଦଳା ଯାଇପାରିନି ।

ସମ୍ବନ୍ଧିତ ଖବର