ପୁରୁଣା ଚେକ୍ ନୂଆବର୍ଷରୁ ବାଉନ୍ସ ହୋଇଯିବ

ନୂଆଦିଲ୍ଲୀ: ଗ୍ରାହକଙ୍କ ନିକଟରେ ଯଦି ଏବେ ବି ନନ୍-ସିଟିସି ଚେକ୍ ବହି ଅଛି ଏବଂ ସେମାନେ ଏହି ଚେକ୍‌କୁ କାହାରିକୁ ଜାରି କରୁଥାନ୍ତି ତାହେଲେ ଆସନ୍ତା ନୂଆବର୍ଷରୁ ସେଗୁଡ଼ିକ ବାଉନ୍ସ ହେବାର ସମସ୍ତ ସମ୍ଭାବନା ରହିଛି। ତେଣୁ ଡିସେମ୍ବର ୩୧ ଭିତରେ ନନ୍-ସିଟିସି ଚେକ୍‌କୁ ବଦଳାଇ ସିଟିସି ଚେକ୍ ନେବାକୁ ବ୍ୟାଙ୍କ ଗୁଡ଼ିକ ପରାମର୍ଶ ଜାରି କରିଛନ୍ତି। ଷ୍ଟେଟ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭଳି କେତେକ ବ୍ୟାଙ୍କ ଏ ନେଇ ଗ୍ରାହକଙ୍କୁ ପୂର୍ବରୁ ସୂଚିତ ମଧ୍ୟ କରିସାରିଛନ୍ତି।

ସମ୍ବନ୍ଧିତ ଖବର