ମୋବାଇଲ କଲ ମୂଲ୍ୟ ବଢ଼ିଲେ ବି ଏଭଳି ଆପଣ ଶସ୍ତାରେ ପାଇପାରିବେ ସେବା

ନୂଆଦିଲ୍ଲୀ: ଡିସେମ୍ବର ୧ରୁ କଲ୍ ପାଇଁ ଆପଣଙ୍କୁ ଗଣିବାକୁ ହେବ ଅଧିକ ଟଙ୍କା । ଆସନ୍ତା ଡିସେମ୍ବର ମାସ ୧ ତାରିଖରୁ ମହଙ୍ଗା ହେବାକୁ ଯାଉଛି ମୋବାଇଲ୍ କଲ୍ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଆଇଡିଆ, ଏୟାରଟେଲ୍, ଭୋଡାଫୋନ୍ ସମେତ ଜିଓର ଟାରିଫ ପ୍ଲାନରେ ବୃଦ୍ଧି କରାଯିବ ।

ଅର୍ଥାତ ଆପଣ ପୂର୍ବରୁ ଏହି ଟେଲିକମ୍ କମ୍ପାନୀ ଗୁଡିକ ଠାରୁ ଯେଉଁ ସେବା ପାଉଥିଲେ, ସେଥିପାଇଁ ଏବେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେବେ ଏଥିରୁ କିଭଳି ମୁକ୍ତି ପାଇପାରିବେ ଓ ଶସ୍ତା ସେବା ବଜାୟ ରଖିପାରିବେ ସେ ବାବଦରେ ଆଜି ଆମେ ଆପଣଙ୍କୁ କହିବୁ |

photo-navbharattimes

ଟ୍ରାଇର ନିୟମ ମୁତାବକ ଯଦି କେହି ଗ୍ରାହକ କୌଣସି ବି ପ୍ଲାନ ପୂର୍ବରୁ ନେଇ ସାରିଛନ୍ତି ଏହାର ଅବଧି ନ ସରିବା ଯାଏଁ ନୂଆ ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇପାରିବ ନାହିଁ | ଯଦି ଆପଣ ଶସ୍ତା ମୋବାଇଲ ସେବା ଜାରି ରଖିବାକୁ ଚାଁହୁଛନ୍ତି ତେବେ ଡିସେମ୍ବର ୧ ତାରିଖ ପୂର୍ବରୁ ମୋବାଇଲରେ ୧ ବର୍ଷୀୟ ବୈଧତା ଥିବା ମୋବାଇଲ ପ୍ଲାନକୁ ଚୟନ କରି ଆକ୍ଟିଭେଟ କରିଦିଅନ୍ତୁ | ଯାହାଫଳରେ ଟ୍ରାଇର ନିୟମ ମୁତାବକ ବର୍ଷକ ଯାଏଁ ଆପଣଙ୍କ ସେବାରେ ବାଧା ଉପୁଜିବ ନାହିଁ ଓ ଆପଣ ସେହି ଶସ୍ତା ଫୋନ କଲ ପାଇପାରିବେ |

ସମ୍ବନ୍ଧିତ ଖବର