୧ ଡଲାର=୭୧ଟଙ୍କା ୮୧

ମୁମ୍ବାଇ: ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଆଜି ୨୬ ପଇସା ହ୍ରାସ ଘଟି ୭୧ ଟଙ୍କା ୮୧ ପଇସା ରହିଛି। ଚୀନ ମୁଦ୍ରା ୟୁଆନ ମୂଲ୍ୟରେ ହଠାତ୍ ହ୍ରାସ ଫଳରେ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଅସ୍ଥିରତା ସୃଷ୍ଟି ହୋଇଛି। ଫଳରେ ଉଦୀୟମାନ ଅର୍ଥନୀତି ଗୁଡ଼ିକର ମୁଦ୍ରା ମୂଲ୍ୟ ଦୁର୍ବଳ ହୋଇଛି। ଆନ୍ତଃବ୍ୟାଙ୍କ ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କାର କାରବାର ୭୧ ଟଙ୍କା ୬୫ ପଇସାରୁ ଆରମ୍ଭ ହୋଇଥିଲା। ପରେ ଏହା ୭୧ ଟଙ୍କା ୯୭ ପଇସାକୁ ଖସି ଶେଷରେ ୭୧ ଟଙ୍କା ୮୧ ପଇସାରେ ବନ୍ଦ ହୋଇଥିଲା। ପୂର୍ବରୁ ଗତବର୍ଷ ଡିସେମ୍ବର ୧୪ରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୧ ଟଙ୍କା ୯୦ ପଇସା ରହିଥିଲା।

ସମ୍ବନ୍ଧିତ ଖବର