କାର୍‌ ଉପରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରିହାତି

ନୂଆଦିଲ୍ଲୀ: ବର୍ଷା ଋତୁରେ ବିକ୍ରି ପରିମାଣ ବଢ଼ାଇବା ପାଇଁ କାର୍‌ ଡିଲର୍‌ଗୁଡ଼ିକ ବିଭିନ୍ନ ମଡେଲ୍‌ ଉପରେ ରିହାତି ଘୋଷଣା କରିଛନ୍ତି। ଲୋକପ୍ରିୟ ମଡେଲ୍‌ର କାର୍‌ ଉପରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳୁଛି। ବିଳାସପୂର୍ଣ୍ଣ କାର୍‌ ଉପରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଘୋଷଣା କରାଯାଇଛି। ଗ୍ରାହକମାନେ ବିଭିନ୍ନ କଂପାନିର ଡିଲର୍‌ସିପ୍‌ରେ ଏହି ରିହାତି ପାଇପାରିବେ।ମାରୁତି ସୁଜୁକର ଓ୍ଵାଗନ୍‌ ଆର୍‌ ଉପରେ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଓ ଇଗ୍ନିସ୍‌ ଉପରେ ୪୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ସେହିପରି, ହୁଣ୍ଡାଇର ଦୁଇ ଲୋକପ୍ରିୟ ମଡେଲ୍‌ ଗ୍ରାଣ୍ଡ୍‌ ଆଇ୧୦ ଓ ଆଇ୨୦ ଉପରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଗ୍ରାଣ୍ଡ୍‌ ଆଇ୧୦ ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ଆଇ୨୦ ଉପରେ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ଟାଟା ହେକ୍ସା ଉପରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ, ମର୍ସିଡିସ୍‌-ବେଞ୍ଜ ଜିଏଲ୍‌ସି ଉପରେ ୬ ଲକ୍ଷ ଟଙ୍କା, ଅଡି କ୍ୟୁ୩ରେ ସାଢ଼େ ତିନି ଲକ୍ଷ ଟଙ୍କା, ଟୟୋଟା ଇନୋଭା କ୍ରିଷ୍ଟା ଉପରେ ୫୫ ହଜାର ଟଙ୍କା, ଅଡି ଏ୩ର ୫ ଲକ୍ଷ ଟଙ୍କା, ଫୋର୍ଡ ଆସ୍ପାୟାର୍‌ ଉପରେ ଏକ ଲକ୍ଷ ଟଙ୍କା ଓ ମାରୁତି ସିଆଜ୍‌ ଡିଜେଲ୍‌ ଉପରେ ୮୮ ହଜାର ଟଙ୍କାର ରିହାତି ପ୍ରଦାନ କରାଯାଉଛି।

ସମ୍ବନ୍ଧିତ ଖବର