ରିଲାଏନ୍ସ ଡିଜିଟାଲରେ ମିଳିବ ୱାନ ପ୍ଲସ ସ୍ମାର୍ଟଫୋନ

ମୁମ୍ବାଇ : ଭାରତର ପ୍ରିମିୟମ ସ୍ମାର୍ଟ ଫୋନ ନିର୍ମାଣକାରୀ ୱାନ ପ୍ଲସ  ଏବଂ ଦେଶର ଏକ ନମ୍ବର ତଥା ଦ୍ରୁତ ଅଭିବୃଦ୍ଧିଶୀଳ କଂଜୁମର ଇଲେକ୍ଟ୍ରୋନିକସ ଚେନ ରିଲାଏନ୍ସ  ଡିଜିଟାଲ ମଧ୍ୟରେ ଆଜି ସହଭାଗିତା ଘୋଷଣା ହୋଇଛି, ଯାହା ଫଳରେ ୱାନ ପ୍ଲସର ଟେବୁ ପ୍ରଡକ୍ଟ ଏବେ ସାରା ଦେଶରେ ରହିଥିବା ରିଲାଏନ୍ସ ଡିଜିଟାଲ ଷ୍ଟୋର ଗୁଡିକରେ ମିଳିପାରିବ  । ଏହି ସହଭାଗିତା ସମ୍ପର୍କରେ ଘୋଷଣା କରି ୱାନ ପ୍ଲସ  ଇଣ୍ଡିଆର ଜେନେରାଲ ମ୍ୟାନେଜର ବିକାଶ ଅଗ୍ରୱାଲ କହିଛନ୍ତି ଯେ ଭାରତରେ ପ୍ରିମିୟମ ସ୍ମାର୍ଟଫୋନର ଚାହିଦା ଦ୍ରୁତ ହାରରେ ବୃଦ୍ଧି ପାଉଥିବା ସମୟରେ ଏହି ସହବନ୍ଧନ ଯୋଗୁଁ ୱାନ ପ୍ଲସର ସବୁ ପ୍ରଡକ୍ଟ ଏବେ ରିଲାଏନ୍ସ ଡିଜିଟାଲର ସାରା ଦେଶର କୋଣ ଅନୁକୋଣରେ ରହିଥିବା ଷ୍ଟୋର ଗୁଡିକରେ ଉପଲବ୍ଧ ହେବ ସହିତ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସବୁ ଅଂଚଳର ଉପଭୋକ୍ତାଙ୍କ ନିକଟରେ ପହଞ୍ଚିପାରିବ  । ଭାରତରେ ରିଲାଏନ୍ସ ଡିଜିଟାଲ ସହ ସହଭାଗିତା ୱାନ ପ୍ଲସ ପକ୍ଷରୁ ବିଶ୍ୱରେ ଏହିଭଳି ହୋଇଥିବା ପ୍ରଥମ ସହବନ୍ଧନ, ଯାହାକି ଭାରତୀୟ ବଜାରପ୍ରତି ଏହାର ନିଷ୍ଠା ଓ ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରୁଛି  । କାଉଣ୍ଟର ପଏଣ୍ଟର ମାର୍କେଟ ମନିଟର ସର୍ଭିସର ୨୦୧୮ ଦ୍ଵିତୀୟ ତ୍ରୈମାସିକ ତଥ୍ୟ ଅନୁଯାୟୀ ୱାନ ପ୍ଲସ ଏବେ ୪୦ ପ୍ରତିଶତ ବଜାର ଅଂଶ ସହିତ ଏବେ ଭାରତର ସର୍ବବୃହତ ପ୍ରିମିୟମ ସ୍ମାର୍ଟଫୋନ ପ୍ରସ୍ତୁତକାରୀ । ଏହି ସହଭାଗିତାର ଅଂଶସ୍ୱରୂପ ୱାନ ପ୍ଲସ ଓ ରିଲାଏନ୍ସ ଡିଜିଟାଲ ପକ୍ଷରୁ ବିଭିନ୍ନ ଷ୍ଟୋରଗୁଡିକରେ ଲାଇଭ ଡେମୋ ଫୋନ ପ୍ରଦର୍ଶନ ସହିତ ସ୍ୱତନ୍ତ୍ର ଏକ୍ସପେରିଏନ୍ସ  ଜୋନ ପ୍ରସ୍ତୁତ କରାଯିବ ଯେଉଁଠାରେ ଉତ୍ତମ ତାଲିମପ୍ରାପ୍ତ କର୍ମଚାରୀ ଏହି ଫୋନ ଏବଂ ସମସ୍ତ ୱାନ ପ୍ଲସ ପ୍ରଡକ୍ଟ ଉପରେ ଗ୍ରାହକମାନଙ୍କୁ ସମସ୍ତ ସୂଚନା ପ୍ରଦାନ କରିବେ ।

 

ସମ୍ବନ୍ଧିତ ଖବର