ୱାନ ପ୍ଲସ୍‌ ୬ ସିଲ୍କ ହ୍ଵାଇଟ୍‌ ଲିମିଟେଡ୍‌ ଏଡିସନର ବିକ୍ରି ଆରମ୍ଭ

ବାଙ୍ଗାଲୋର : ଅଗ୍ରଣୀ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌ ନିର୍ମାତା ୱାନ୍‌ ପ୍ଲସ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ ଆଜିଠାରୁ ୱାନ ପ୍ଲସ୍‌ ୬ ସିଲ୍କ ହ୍ଵାଇଟ୍‌ ଲିମିଟେଡ୍‌ ଏଡିସନ ଆମାଜନ.ଇନ୍‌ ଓ ୱାନ୍‌ପ୍ଲସ୍‌.ଇନ୍‌ରେ ଉପଲବ୍ଧ ହେଉଛି । ୱାନ ପ୍ଲସ୍‌ ୬ ସିଲ୍କ ହ୍ଵାଇଟ୍‌ ଲିମିଟେଡ୍‌ ସଂସ୍କରଣ କେବଳ ସୁନ୍ଦରତାକୁ ପ୍ରଦର୍ଶନ କରେ ନାହିଁ, ବରଂ ୱାନ୍‌ ପ୍ଲସ୍‌କୁ ଉତ୍ତମ କଳାକୃତି ପ୍ରଦାନ କରି ଆହୁରି ଆକର୍ଷଣୀୟ କରିଥାଏ। ଉଭୟ ଲୁକ୍‌ ଓ ଅନୁଭବତାରେ ଉନ୍ନତ ନମନୀୟତା ଆଣିବା ପାଇଁ ଏହାକୁ ଭଲଭାବରେ ପଲିସ୍‌ କରାଯାଇଛି, ଯେଉଁଥିରେ ମୋତି ଗୁଣ୍ଡକୁ ସିଞ୍ଚନ କରାଯାଇଥିବାରୁ ସୂଷ୍ମ ସିମେରିଂ ଇଫେକ୍ଟ ପ୍ରଦର୍ଶନ କରୁଛି। ଧଳା ରଙ୍ଗର କଳାକୃତି ଥିବା ଏହି ଯନ୍ତ୍ରକୁ କୋମଳ କରିବା ପାଇଁ ଛଅଟି ଭିନ୍ନ ଶ୍ରେଣୀର କାଚ ଏଥିରେ ପ୍ରୟୋଗ କରାଯାଇଛି। ସ୍ନାପ୍‌ ଡ୍ରାଗନ ୮୪୫, ୮ ଜିବି ର‍୍ୟାମ୍‌ ସହିତ ୧୨୮ ଜିବିର ଷ୍ଟୋରେଜ୍‌ ଏହାକୁ ଦୃତ ଓ ଅଧିକ ଆକର୍ଷଣୀୟ କରୁଛି। ୱାନ ପ୍ଲସ୍‌ ୬ ସିଲ୍କ ହ୍ଵାଇଟ୍‌ ଲିମିଟେଡ୍‌ ସଂସ୍କରଣର ଗ୍ରାହକମାନଙ୍କ ପାଇଁ ସିଟି ବ୍ୟାଙ୍କ ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ୨,୦୦୦ ଟଙ୍କାର କ୍ୟାସ୍‌ ବ୍ୟାକ୍‌ ପାଇପାରିବେ। ସେମାନଙ୍କୁ ମଧ୍ୟ ଅନ୍ୟ ସମସ୍ତ ପ୍ରମୂଖ ବ୍ୟାଙ୍କମାନଙ୍କରେ ୩ ମାସ ପର୍ଯ୍ୟନ୍ତ ଇଏମ୍‌ଆଇ ଦେବାକୁ ପଡ଼ିବ ନାହିଁ। ଏଥି ସହିତ, ଗ୍ରାହକମାନେ କୋଟାକ୍‌ ୮୧୧ ଆପ୍‌ ଡାଉନଲୋଡ୍‌ କରି ୧୨-ମାସର ଦୁର୍ଘଟଣାଜନୀତ କ୍ଷତି ବୀମା ପାଇଁ ଯୋଗ୍ୟ ହୋଇପାରିବେ। ୨୫୦ ଟଙ୍କାରେ ଗ୍ରାହକମାନେ ସମସ୍ତ ଆମାଜନ ପ୍ରାଇମ୍‌ ଭିଡିଓ ପାଇପାରିବେ ଏବଂ ଆମାଜନ କିଣ୍ଡଲେ ଇ-ବୁକ୍ସ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ। ଅନ୍ୟାନ୍ୟ ସହଯୋଗୀ ଅଫର ମଧ୍ୟରେ ରହିଛି ୨୦୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌, ଆଇଡିଆ ବ୍ୟବହାରକାରୀଙ୍କ ପାଇଁ ଯାନ୍ତ୍ରିକ ବୀମା ଏବଂ କ୍ଲିୟର୍‌ ଟ୍ରିପ୍‌ ମାଧ୍ୟମରେ ବିମାନ ତଥା ହୋଟେଲ ବୁକିଂ କରିବା ପାଇଁ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ଇତ୍ୟାଦି।

ସମ୍ବନ୍ଧିତ ଖବର