ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ପଦକ୍ଷେପ : ଖୁବ ଶୀଘ୍ର ସପ୍ତାହକୁ ୨୪ ଘଣ୍ଟା ଓ ୭ଦିନ ହେବ ଅନଲାଇନ୍ ଫଣ୍ଡ୍ ଟ୍ରାନ୍ସଫର

ମୁମ୍ବାଇ:  ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ୟାଙ୍କିଙ୍ଗ ସମୟ ପରେ ମଧ୍ୟ ଅନଲାଇନ୍ ଟଙ୍କା ନେଣଦେଣକୁ ସୁଗମ କରିବା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଚିନ୍ତା କରୁଛି । ଆରବିଆଇ ନିଜ ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମର ଭିଜନ୍ ଡକ୍ୟୁମେଣ୍ଟ ୨୦୧୯-୨୧ରେ ଏହି ବିଷୟରେ ପ୍ରସ୍ତାବ ଦେଇଛି । ଏହି ପ୍ରସ୍ତାବ ଅନୁସାରେ, ଏନଇଏଫଟି ଜରିଆରେ ଫଣ୍ଡ ଟ୍ରାନ୍ସଫରକୁ ସପ୍ତାହକୁ ୨୪ ଘଣ୍ଟା ଓ ୭ ଦିନ କରିଦିଆଯିବ। ଏ ନେଇ ଯୁକ୍ତି ଉପସ୍ଥାପନ କରାଯାଇଛି । ଏହାବ୍ୟତୀତ ରିଜର୍ଭ ବ୍ୟାଙ୍କ ଅନଲାଇନ୍ ଆରଟିଜିଏସ(Real Time Gross Settlement) ର ସମୟ ସୀମାକୁ ମଧ୍ୟ ବଢ଼ାଇବାର ସମ୍ଭାବନାକୁ ସମୀକ୍ଷା କରିବ ବୋଲି ସୂଚନା ରହିଛି।

photo-greencrest.com

ଏବେ ଆପଣ ଅନଲାଇନ ନେଣଦେଣ ରବିବାର ଓ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ କରିପାରିବେନି । ଏହା ବ୍ୟତୀତ ବ୍ୟାଙ୍କ ଛୁଟି ଦିନରେ ମଧ୍ୟ ଆପଣ ଏହି ଟ୍ରାଂଜାକସନ୍ କରିପାରିବେନି । ଅନ୍ୟ କାର୍ଯ୍ୟ ଦିବସରେ ଫଣ୍ଡ ଟ୍ରାନ୍ସଫର ପାଇଁ ଏନଇଏଫଟିର ବ୍ୟବହାର ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ହିଁ କରାଯାଇପାରିବ । ଏହା ବ୍ୟତୀତ ଶନିବାର ଦିନ ସକାଳ ୮ରୁ ପୂର୍ବାହ୍ନ ୧ଟା ପର୍ଯ୍ୟନ୍ତ ଏନଇଏଫଟି କରିହେବ। ଏହା ଫଳରେ ଅନଲାଇନ୍ ଟଙ୍କା ଦେଶନେଣ ସବୁ ସମୟରେ ହୋଇ ପାରିବା ସହ ଏହାର ପରିମାଣ ମଧ୍ୟ ବହୁଗୁଣିତ ହେବ।

ସମ୍ବନ୍ଧିତ ଖବର