କେବଳ ନିର୍ବାଚନ ପାଇଁ: ବିରୋଧୀ

ନୂଆଦିଲ୍ଲୀ: ନିରବ ମୋଦୀ ଲଣ୍ଡନରେ ଗିରଫ ହେବା ପରେ ବିରୋଧୀ ଦଳଗୁଡ଼ିକ କହିଛନ୍ତି ଯେ, କେବଳ ଲୋକସଭା ନିର୍ବାଚନ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ସରକାର ଏଥିପାଇଁ ବାହାବା ନେଇପାରିବେ ନାହିଁ। କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ, ‘ସେମାନେ (ବିଜେପି) ତାଙ୍କୁ ଦେଶରୁ ପଳାୟନ କରିବାରେ ସାହାଯ୍ୟ କରିଥିଲେ। ଏବେ ପୁଣି ତାଙ୍କୁ ଫେରାଇ ଆଣିବେ। କେବଳ ନିର୍ବାଚନ ପାଇଁ ତାଙ୍କୁ ଅଣାଯାଉଛି ଓ ନିର୍ବାଚନ ଶେଷ ହେବା ପରେ ତାଙ୍କୁ ଛାଡ଼ିଦେବେ। ନ୍ୟାସନାଲ୍ କନଫରେନ୍ସର ନେତା ଓମାର୍ ଅବଦୁଲ୍ଲା ଟୁଇଟ୍ କରିଛନ୍ତି ଯେ, ଲଣ୍ଡନର ଟେଲିଗ୍ରାଫ୍ ଓ ତାଙ୍କ ସାମ୍ବାଦିକମାନେ ନିରବଙ୍କୁ ଠାବ କରିଥିଲେ। ତାଙ୍କ ଗିରଫଦାରି ତାଙ୍କୁ ସେମାନଙ୍କୁ ଶ୍ରେୟ ମିଳିବା ଉଚିତ, ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ଏଜେନ୍ସିଗୁଡ଼ିକୁ ନୁହେଁ। ତେବେ, କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ହରଦୀପ ସିଂହ ପୁରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗୁ ନିରବ ଗିରଫ ‌ହୋଇଛନ୍ତି।

ସମ୍ବନ୍ଧିତ ଖବର