‘କୋବ୍‌’ ଖୋଲିଲା ନୂଆ ଷ୍ଟୋର୍‌

ଭୁବନେଶ୍ୱର: ଆଜି ପାଲ୍‌ ହାଇଟସ୍‌ଠାରେ କୋବ୍‌ର ନୂଆ ଷ୍ଟୋର୍‌ ଉଦ୍‌ଘାଟିତ ହୋଇଛି। ଏହାକୁ ପଦ୍ମଶ୍ରୀ ରଘୁନାଥ ମହାପାତ୍ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କଂପାନିର ଡାଇରେକ୍ଟର ଜେନେରାଲ୍‌-ମାର୍କେଟିଂ ମୋହସିନ୍‌ ଶେଖ୍‌ ଉପସ୍ଥିତ ଥିଲେ। ପୂର୍ବରୁ କଂପାନିର ପୁରୀ ଓ କଟକରେ ଦୁଇଟି ଷ୍ଟୋର୍‌ ଥିଲା। ଏହା ରାଜ୍ୟରେ କୋବ୍‌ର ତୃତୀୟ ଷ୍ଟୋର୍‌। ଆଗାମୀ ଦିନରେ ଓଡ଼ିଶାରେ ୫୦ଟି ଷ୍ଟୋର୍‌ ଖୋଲିବାକୁ କଂପାନି ଯୋଜନା ରଖିଛି। ସେଗୁଡ଼ିକ ଯାଜପୁର, ଅନୁଗୁଳ ଓ ତାଳଚେର ଭଳି ସହରଗୁଡ଼ିକରେ ଖୋଲାଯିବ। ଷ୍ଟୋର୍‌ ଉଦ୍‌ଘାଟନୀ ଅବସରରେ ‘ଓପନିଂ ଧମାକା ସେଲ୍‌’ ଘୋଷଣା କରାଯାଇଛି। ଗ୍ରାହକମାନେ ଦୁଇଟି ଜିନିଷ କିଣିଲେ ୬ଟି ଜିନିଷ ପାଇପାରିବେ। ଏହି ଷ୍ଟୋର୍‌ରେ ସାର୍ଟ, ଟ୍ରାଉଜର୍‌, ଡେନିମ୍‌, ଟି-ସାର୍ଟ, ସୁଟ୍‌ ଓ ବ୍ଲେଜର୍‌ ଆଦି ବିକ୍ରି କରାଯାଉଛି।

ସମ୍ବନ୍ଧିତ ଖବର