ଓପୋ ଏଫ୍‌୭ ଲିମିଟେଡ ଏଡିସନ୍‌

ଓପୋ ପକ୍ଷରୁ ଓପୋ ଏଫ୍‌୭ ଡାଇମଣ୍ଡ ବ୍ଲାକ୍‌: କ୍ରିକେଟ ଲିମିଟେଡ ଏଡିସନ୍‌ ଫୋନ୍‌ର ବଜାର ପ୍ରବେଶ କରାଯାଇଛି। ଏହି ଫୋନ୍‌ଗୁଡ଼ିକ ଓପୋର ରିଟେଲ ଷ୍ଟୋର ସମେତ ମେ ୧୪ରୁ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ। ଉକ୍ତ ଫୋନ୍‌ ମଧ୍ୟରୁ ୩ଟିରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା, ଆର. ଅଶ୍ୱିନୀ ଏବଂ ରୋହିତ ଶର୍ମାଙ୍କ ଦସ୍ତଖତ ରହିଛି। ଅବଶିଷ୍ଟ ଫୋନ୍‌ଗୁଡ଼ିକରେ କମ୍ପାନି ଫ୍ୟାନ୍ସି କଭର ପ୍ରଦାନ କରୁଛି। ଏହି ଫୋନ୍‌ର ମୂଲ୍ୟ ୨୧,୯୯୦ ଟଙ୍କା ରହିଛି। ଲିମିଟେଡ ଏଡିସନ୍‌ ଫୋନ୍‌ରେ ୪ଜିବିର ରାମ୍‌ ଏବଂ ୬୪ଜିବିର ଷ୍ଟୋରେଜ୍‌ ସୁବିଧା ରହିଛି। ୩୪୦୦ ମିଲିଆମ୍ପିଅର ବ୍ୟାଟେରି ଥିବା ଏହି ସ୍ମାର୍ଟଫୋନ୍‌ରେ ୬.୨୩ ଇଞ୍ଚର ହାଇସ୍ପିଡ୍‌ ଡିସ୍‌ପ୍ଲେ ରହିଛି।

ସମ୍ବନ୍ଧିତ ଖବର