ଭାରତୀୟ ବଜାରକୁ ଆସିଲା ଓପୋ ଏଫ-୯ ପ୍ରୋ, ୩୧ ଅଗଷ୍ଟରୁ ବିକ୍ରି ଆରମ୍ଭ

ନୂଆଦିଲ୍ଲୀ : ଓପୋ ପକ୍ଷରୁ ଏହାର ଅତ୍ୟାଧୁନିକ ଲୋକପ୍ରିୟ ଏଫ-ସିରିଜର ଓପୋ ଏଫ-୯ ପ୍ରୋର ଘୋଷଣା କରାଯାଇଛି । ଏହାର ଭିଓଓସି ଫ୍ଲାସ ଚାର୍ଜ ସହିତ ୫ମିନିଟ ଚାର୍ଜ କରି ୨ଘଣ୍ଟା ପର୍ଯ୍ୟନ୍ତ କଥା ହେବାର ସୁଯୋଗ ପାଇପାରିବେ । ଏହା ମଧ୍ୟ ସ୍ପୋର୍ଟସ ଉଦ୍ୟୋଗର ପ୍ରଥମ ଗ୍ରାଡିଏଣ୍ଟ କଲର ଡିଜାଇନ ବିଶିଷ୍ଟ ସ୍ମାର୍ଟଫୋନ । ଏଫ-୯ ପ୍ରୋ, ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ ପାଇଁ ପ୍ରସ୍ତୁତ ହୋଇଥିବାବେଳେ ଓପୋର ପ୍ରଯୁକ୍ତି ବିଦ୍ୟାଭିତ୍ତିକ ଆଧୁନିକତା ଏବଂ ନବୀକରଣ ଏକ୍ସପର୍ଟଟାଇଜ ପ୍ରଦାନ ପାଇଁ ପ୍ରସ୍ତୁତ । ଟ.୨୩,୯୯୦ ଟଙ୍କାରେ ଉପଲବ୍ଧ ଏହି ଓପୋ ଏଫ-୯ ପ୍ରୋ ଗ୍ରାଡିଏଣ୍ଟ କଲର ସମ୍ଭାର ତଥା ସନରାଇଜ ରେଡ, ଟ୍ଵାଇଲାଇଟ ବ୍ଲୁ ଏବଂ ଷ୍ଟାରି ପର୍ପଲ ରଙ୍ଗରେ ଉପଲବ୍ଧ ହେବ । ଏହାର ବିକ୍ରି ୩୧ ଅଗଷ୍ଟରୁ ସମସ୍ତ ଅଫଲାଇନ ଏବଂ ଅନଲାଇନ ଷ୍ଟୋରରେ ଆରମ୍ଭ ହେବ । ୨୧ ଅଗଷ୍ଟ ୨୦୧୮ ରୁ କେବଳ ଫ୍ଲିପକାର୍ଟରେ ଏହାର ପ୍ରି-ଅର୍ଡର ଆରମ୍ଭ ହୋଇଛି ।

ଓପୋ ଏଫ-୯ ପ୍ରୋରେ ବହୁ ଅଗ୍ରଗତି ତଥା ଉଦ୍ୟୋଗର ପ୍ରଥମ ୬.୩ ଇଞ୍ଚର ୱାଟରଡ୍ରପ ସ୍କ୍ରିନ ଡିଜାଇନ, ହାଇ ସ୍କ୍ରିନରୁ ବଡି ରେସିଓର ୯୦.୮ ପ୍ରତିଶତ ସ୍ୱତନ୍ତ୍ର ଗ୍ରାଡିଏଣ୍ଟ କଲର ଡିଜାଇନ ଏବଂ ୩୫୦୦ ଏମଏଏଚ ବ୍ୟାଟେରୀ ସହିତ ଆକର୍ଷଣୀୟ ଅନୁଭୂତି, ଶୀଘ୍ର ଚାର୍ଜିଙ୍ଗ ଏବଂ ଲମ୍ବା-ଅବଧିର ବ୍ୟାଟେରୀ ଉପଲବ୍ଧ ହେବ । ଏହା ମିଡିଆ ଟେକ ହେଲିଓ ପି୬୦, ଏସଓସି ପ୍ଲାଟଫର୍ମ ବୈଶିଷ୍ଟ୍ୟର ଏଆଇ କୌଶଳ ସହିତ ଶକ୍ତିଶାଳୀ ଯାହା ଗ୍ରାହକମାନଙ୍କୁ ପ୍ରିିମିୟମ ପ୍ରାଇସ ଟ୍ୟାଗ ବ୍ୟତୀତ ଫ୍ଲାଗସିପ ବୈଶିଷ୍ଟ୍ୟର ଅଫର ପ୍ରଦାନ କରୁଛି ।

ସମ୍ବନ୍ଧିତ ଖବର