ଆସନ୍ତା କାଲି ଆସିବ ଓପ୍ପୋ ଏଫ୍‌-୫ ୟୁଥ୍‌

ମୂଲ୍ୟ ୧୬,୯୯୦ ଟଙ୍କା

ନୂଆଦିଲ୍ଲୀ-ଚୀନା ସ୍ମାର୍ଟଫୋନ କମ୍ପାନି ଓପ୍ପୋ ପକ୍ଷରୁ ଆସନ୍ତା କାଲି ଅର୍ଥାତ୍‌ ୮ ତାରିଖରେ ଭାରତୀୟ ବଜାରରେ ଏଫ-୫ ୟୁଥ୍‌ ସ୍ମାର୍ଟଫୋନ ଲଞ୍ଚ୍‌ କରାଯିବ । ଗତ ମାସରେ ଏହା ଫିଲିପାଇନ୍ସରେ ଲଞ୍ଚ୍‌ ହୋଇଥିଲା । ଏହାର ମୂଲ୍ୟ ରହିଛି ୧୬,୯୯୦ ଟଙ୍କା ।

ଏହାର ରହିଛି ଏକ ବଡ଼ ୧୮:୯ ଆସପେକ୍ଟ ରେସିଓ ବିଶିଷ୍ଟ ୬ ଇଞ୍ଚର ଏଲଟିପିଏସ ଟିଏଫଟି ଡିସପ୍ଲେ, ହାଇ ରିଜୋଲ୍ୟୁସନ ସେଲଫି କ୍ୟାମେରା ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବେସଡ୍‌ ବ୍ୟୁଟିଫିକେସନ ଟେକନଲୋଜୀ, ଯାହାକି ଆପଣଙ୍କ ଫଟୋକୁ ଆପେ ଆପେ ସଂଶୋଧନ କରି ସୁନ୍ଦର କରିପାରିବ । ଭାରତୀୟ ବଜାରରେ ଏହା ଉଭୟ ଅନଲାଇନ ଓ ଅଫଲାଇନ ଷ୍ଟୋରରେ ମିଳିବ । ୩ ଜିବି ର‍୍ୟାମ୍‌ ସହ ଆସୁଥିବା ଏହି ଫୋନର ୩୨ ଜିବି ଅନବୋର୍ଡ ଷ୍ଟୋରେଜ୍‌ କ୍ଷମତା ରହିଛି, ଯାହାକୁ ୨୫୬ ଜିବି ପର୍ଯ୍ୟନ୍ତ ବଢାଇହେବ ।

ଏହି ୪ଜି ଭୋଲଟେ ଫୋନଟିରେ ଡୁଆଲ ସିମ୍‌ ବ୍ୟବସ୍ଥା ରହିଛି । ଏହା ଛଡା ଏଥିରେ ରହିଛି ୟୁଏସବି ଓଟିଜି ସପର୍ଟ ଥିବା ମାଇକ୍ରୋ ୟୁଏସବି, ଜିପିଏସ , ବ୍ଲୁଟୁଥ ୪.୨ । ଏଥିରେ ମଧ୍ୟ ଆସିଲେରୋମିଟର, ଆମ୍ବିଏଣ୍ଟ ଲାଇଟ ସେନସର, ଡିଜିଟାଲ କମ୍ପାସ୍‌ ଆଦି ରହିଛି ।

ସମ୍ବନ୍ଧିତ ଖବର