ଭୁବନେଶ୍ୱର: ସିଭିଲ୍ ସର୍ଭିସ ଆଶାୟୀଙ୍କ ପାଇଁ ଅପ୍ଟିପ୍ଲସ ଏକାଡେମି ପକ୍ଷରୁ ରମାଦେବୀ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ରେ ‘ଆଇଏଏସ୍ କିପରି ପାସ୍ କରିବେ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ଭି. ତ୍ୟାଗରାଜନ୍ ମୁଖ୍ୟ ଅତିଥିଭାବେ ଏଥିରେ ଯୋଗଦେଇଥିଲେ। ପ୍ରତିଷ୍ଠାନରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହେଉଥିବାରୁ ଏହା ଆମ ପାଇଁ ଗର୍ବର ବିଷୟ ବୋଲି ଅପ୍ଟିପ୍ଲସ୍ର ନିର୍ଦ୍ଦେଶକ ଡ. ସୁଜିତ ସାହୁ କହିଥିଲେ। ସିଭିଲ ସର୍ଭିସ ପରୀକ୍ଷା ୨୦୧୭ରେ କୃତକାର୍ଯ୍ୟ ହୋଇଥିବା ସଚିନ ଗୁପ୍ତା (ତୃତୀୟ ସ୍ଥାନ) ଏବଂ ମନୋରଞ୍ଜନ ବେହେରା (୮୨୬ତମ ସ୍ଥାନ) ଆଲୋଚନାଚକ୍ରରେ ଯୋଗଦେଇ ଆଶାୟୀମାନଙ୍କୁ ଉତ୍ସାହିତ କରିଥିଲେ।