କ’ଣ ଗାଡ଼ି ଚଢ଼ୁଛନ୍ତି? ସାବଧାନ୍‌! ମୋଦି ଛଡ଼ାଇନେବେ ଗ୍ୟାସ୍‌ ସବସିଡି !!

ନୂଆଦିଲ୍ଲୀ: ଆପଣ କ’ଣ ଚାରି ଚକିଆ ଗାଡ଼ି, ମାନେ କାର ଚଢ଼ୁଛନ୍ତି, ଆଉ ଏଣେ (ରନ୍ଧନଗ୍ୟାସ) ଏଲପିଜିରେ ମିଳୁଥିବା ସବସିଡିର ଲାଭ ମଧ୍ୟ ଉଠାଉଛନ୍ତି; ତେବେ ସାବଧାନ୍‌ ହୋଇଯାଆନ୍ତୁ। କାରଣ, କାର ଚଢ଼ୁଥିବା ଏଲ୍‌ପିଜି ବ୍ୟବହାରକାରୀମାନଙ୍କ ସବସିଡିକୁ ଛଡ଼ାଇ ନେବା ପାଇଁ ମୋଦି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି; ଆଉ ଏହି ଉଦ୍ଦେଶ୍ୟରେ କାମ ମଧ୍ୟ ଆରମ୍ଭ କରି ସାରିଲଣି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ବର୍ଷ ମୋଦି ସରକାର ବାର୍ଷିକ ୧୦ ଲକ୍ଷରୁ ଅଧିକ ଆୟ ଥିବା ବ୍ୟକ୍ତି ବିଶେଷଙ୍କର ଏଲ୍‌ପିଜି ସବସିଡିକୁ ଗୋଟିଏ ନିଷ୍ପତ୍ତିରେ ରାତି ଅଧିଆ ବନ୍ଦ କରି ଦେଇଥିଲେ। ହେଲେ, ଏବେ ପାଖରେ ୨ରୁ ୩ଟି ପର୍ଯ୍ୟନ୍ତ କାର ରଖିଥିବା ବ୍ୟକ୍ତମାନେ ବି ଏଲ୍‌ପିଜି ସବସିଡିର ଫାଇଦା ଉଠାଉଥିବା ଜାଣିବା ପରେ ମୋଦି ସରକାର ଏପରି ନିଷ୍ପତ୍ତି ନେବାକୁ ଯାଉଥିବା ସରକାରୀ ଭାବେ କୁହାଯାଉଛି।

ଏହି ଉଦ୍ଦେଶ୍ୟରେ ଏବେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରାଳୟ ପକ୍ଷରୁ ଜିଲ୍ଲା ସ୍ତରରେ ରହିଥିବା ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନଙ୍କ ଠାରୁ ଚାରି ଚକିଆ ଗାଡ଼ି ଥିବା ବ୍ୟକ୍ତିମାନଙ୍କର ତାଲିକା ମଧ୍ୟ ମଗା ଯାଇ ସାରିଲାଣି। କାଳେ, ଏଥିରୁ ସବୁ ତଥ୍ୟ ମଳିବ ନାହିଁ ଏହି ଆଶଙ୍କାରେ ମନ୍ତ୍ରାଳୟ ଆଉଥରେ ଆୟକର ବିଭାଗଠାରୁ ମଧ୍ୟ ସବୁ ଏଲ୍‌ପିଜି ବ୍ୟବହାରକାରୀମାନଙ୍କର ସମସ୍ତ ତଥ୍ୟ ମଧ୍ୟ ମଗାଇଛି। ଏଥିରେ ପାନ୍‌ ନମ୍ବର ଠାରୁ ଆରମ୍ଭ କରି ଘର ଠିକଣା, ଫୋନ୍‌ ନମ୍ବର ପର୍ଯ୍ୟନ୍ତ ସବୁ ତଥ୍ୟ ଦେବାକୁ କୁହାଯାଇଛି।

ନଭେମ୍ବର ମାସ ଶେଷ ସୁଦ୍ଧା ସମଗ୍ର ଦେଶରେ ୨୫୧.୧ ମିଲିିୟନ ଏଲ୍‌ପିଜି ଉପଭୋକ୍ତା ରହିଛନ୍ତି। ଏହାବାଦ ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଥିବା ୩୧.୬ ମିଲିୟନ ମହିଳାଙ୍କୁ ମୋଦି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଏଲ୍‌ପିଜି ସିଲିଣ୍ଡର ବାଣ୍ଟିଛନ୍ତି।

ସମ୍ବନ୍ଧିତ ଖବର