ଓକ୍ସେମ୍ବର୍ଗର ନୂଆ ପୋଷାକ ସମ୍ଭାର

ଭୁବନେଶ୍ୱର: ଓକ୍ସେମ୍ବର୍ଗ ପକ୍ଷର ନୂଆ ପୋଷାକ ସମ୍ଭାର ଉନ୍ମୋଚନ କରାଯାଇଛି। ପାଲେର୍‌ମୋ ସହରରୁ ଅନୁପ୍ରାଣିତ ହୋଇଛି ଏହି ପୋଷାକଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଏହି ସମ୍ଭାରରେ ରହିଛି ଫର୍ମାଲ୍‌, କ୍ଲାସି ସେମି-ଫର୍ମାଲ୍‌, ସ୍ମାର୍ଟ୍‌ କାଜୁଆଲ୍‌ ଓ ଷ୍ଟାଇଲିସ୍‌ କ୍ଲବ୍‌ ଓୟାର। ପ୍ରିମିୟମ୍‌ ଫ୍ରେବିକ୍‌ରୁ ଏହାକୁ ପ୍ରସ୍ତୁତ କରାଯାଇଛି। ଶିୟାରାମ୍‌ର ସିଏମ୍‌ଡି ରମେଶ ପୋଦ୍ଦାର ଓ ଶିୟାରାମ୍‌ ସିଲ୍କ ମିଲ୍‌ସର ଇଡି ଗୌରବ ପୋଦ୍ଦାର ନୂତନ ସମ୍ଭାରକୁ ଉନ୍ମୋଚନ କରିଛନ୍ତି। ଦେଶର ଅନ୍ୟ କୌଣସି ଫେସନ୍‌ ବ୍ରାଣ୍ଡ୍‌ ଯେଉଁ କ୍ଷେତ୍ରରେ ପ୍ରବେଶ କରିବାକୁ ସାହସ କରୁନଥିଲେ ଆମେ ତାହା କରିଦେଖାଇଛୁ ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର