ନୂଆ ବ୍ୟବସ୍ଥା ଯୋଗୁଁ ବିବାଦରେ ଓୟୋ : ହୋଟେଲରେ ଚେକ୍-ଇନ୍ କରୁ କରୁ ସରକାରଙ୍କ ପାଖକୁ ଚାଲିଯିବ ଆପଣଙ୍କ ତଥ୍ୟ

ମୁମ୍ବାଇ: ନୂଆ ପରିବର୍ତ୍ତନ ପରେ ଓୟୋ ମାଧ୍ୟମରେ ହୋଟେଲରେ ରୁମ୍ ବୁକ୍ କରିଥିବା ଲୋକଙ୍କ ରିଅଲ ଟାଇମ୍ ଡାଟା ସରକାରଙ୍କ ପାଖକୁ ଚାଲିଯିବ । ଏହି ଡାଟା ଡିଜିଟାଲ ଆରାଇଭାଲ୍ ଓ ଡିପାରେଚର୍ ରେଜିଷ୍ଟର ମାଧ୍ୟମରେ ଚାଲିଯିବ । ସୂଚନା ମୁତାବକ, ଯେବେ କେହି ଓୟୋ ହୋଟେଲରେ ଚେକ୍ ଇନ୍ କରିବେ, ତାଙ୍କର ସୂଚନା ସରକାରଙ୍କ ପାଖକୁ ଚାଲିଯିବ। ଚେକ୍ ଆଉଟ୍ କରିବା ବେଳେ, ତେବେ ବି ଏହାର ସୂଚନା ସରକାରଙ୍କ ପାଖକୁ ଚାଲିଯିବ।

oneindia.com

ମାତ୍ର ଓୟୋ ତରଫରୁ କୁହାଯାଇଛି କି, ‘ଡିଜିଟାଲ ରେଜିଷ୍ଟର ସହିତ ଆମର ଟାର୍ଗେଟ ମଜବୁତ୍ ଡାଟା ସୁରକ୍ଷା ସୃଷ୍ଟି କରିବା ।” ସୋସିଆଲ ମିଡିଆରେ ଲୋକେ କହୁଛନ୍ତି କି, ଓୟୋ ରୁମରେ ରହିବା ପୂର୍ବରୁ ୨ଥର ଭାବିବାକୁ ପଡିବ।  ତେଣେ ଆଇନ ବିଶେଷଜ୍ଞଙ୍କ କହିବାନୁସାରେ, ଭାରତରେ ଗୋପନୀୟତା ଆଇନର କୌଣସି ବୈଧାନିକ ଢ଼ାଞ୍ଚା ନାହିଁ, ତେଣୁ ସରକାର ଏପରି କରିପାରୁଛନ୍ତି।

ସରକାରୀ ଏଜେନ୍ସି ସାଧାରଣତଃ ଜରୁରୀ ଆଦେଶ ପ୍ରାପ୍ତ କରିବା ପରେ ହୋଟେଲରୁ ଡାଟା ମାଗୁଛନ୍ତି । ଓୟୋ ମାମଲାରେ ସରକାରୀ ସର୍ଭରରେ ଏହି ପ୍ରକାରର ଡାଟା ଉପରେ ପ୍ରଶ୍ନ କରାଯାଉଛି । ବିଶେଷ କରି ପର୍ଯ୍ୟାପ୍ତ ଆଇନ ବ୍ୟବସ୍ଥାର ଅଭାବ ଯୋଗୁଁ । ଓୟୋ ଭାରତର ସବୁଠାରୁ ବଡ ହୋଟେଲ ଅପରେଟର, ଯେଉଁଥିରେ ୧୨୫,୦୦୦ରୁ ଅଧିକ ରୁମ୍ ଅଛି । ଏହା ଦେଶର ତୃତୀୟ ସବୁଠାରୁ ମୂଲ୍ୟବାନ ଷ୍ଟାର୍ଟଅପ୍ ଓ ଚୀନରେ ଏହାର ବହୁଳ ବ୍ୟବହାର।

ସମ୍ବନ୍ଧିତ ଖବର