ମୁମ୍ବାଇ: ବମ୍ବେ ଷ୍ଟକ ବଜାର ସେନ୍ସେକ୍ସରେ ଦୁଇ ଦିନ ତଳୁ ଆରମ୍ଭ ହୋଇଥିବା ସୁଧାର ଧାରା ଆଜି ମଧ୍ୟ ଜାରି ରହିଛି। ସାରା ବିଶ୍ବରେ କରୋନା ରୋଗୀ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢ଼ୁଥିଲେ ମଧ୍ୟ ନିବେଶକମାନଙ୍କ ମନୋବଳକୁ ତାହା ଅଧିକ ଦିନ ପ୍ରଭାବିତ କରିପାରିବ ନାହିଁ ବୋଲି ଆଜିର ବଜାରରୁ ସୂଚନା ମିଳିଛି। କରୋନା ମୁକାବିଲା ଲାଗି କେନ୍ଦ୍ର ସରକାର ଆଜି ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାର ପ୍ରଭାବରେ ନିବେଶକମାନେ ବିପୁଳ ମାତ୍ରାରେ ସେୟାର କିଣିବା ଯୋଗୁଁ ସେନ୍ସେକ୍ସରେ ୧୪୧୧ ପଏଣ୍ଟ୍ ଭଳି ବଡ଼ ଧରଣର ବୃଦ୍ଧି ଘଟିଛି। ଫଳରେ ନିବେଶକମାନଙ୍କ ସମ୍ପତ୍ତିରେ ଆଜି ୪.୪୫ ଲକ୍ଷ କୋଟି ଟଙ୍କାର ବୃଦ୍ଧି ହୋଇଛି। ଆଜି ସେନସେକ୍ସ ୧୪୧୧ ପଏଣ୍ଟ ବୃଦ୍ଧି ସହ ୨୯,୯୪୭ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୩୨୪ ପଏଣ୍ଟ୍ ବୃଦ୍ଧି ପାଇ ୮୬୪୨ ପଏଣ୍ଟ୍ରେ ବନ୍ଦ ହୋଇଛି। ଗତ ମଙ୍ଗଳବାର ଓ ବୁଧବାରରେ ସେନ୍ସେକ୍ସରେ ଯଥାକ୍ରମେ ୭୦୦ ପଏଣ୍ଟ ଓ ୧୮୬୨ ପଏଣ୍ଟର ବୃଦ୍ଧି ଘଟିଥିଲା। ମାସକ ଭିତରେ ୪୨ ହଜାର ପଏଣ୍ଟ୍ ଭଳି ଉଚ୍ଚ ସ୍ତରରୁ ହ୍ରାସ ପାଇ ୨୫ ହଜାର ପଏଣ୍ଟ ପର୍ଯ୍ୟନ୍ତ ଖସିଯାଇଥିବା ସେନସେକ୍ସ ପୁଣି ଥରେ ୩୦ ହଜାର ପଏଣ୍ଟ ଆଡ଼କୁ ଅଗ୍ରସର ହୋଇଛି। ଆଜି ବମ୍ବେ ଷ୍ଟକ ବଜାରରେ ନିବେଶକମାନେ ବ୍ୟାଙ୍କ ଓ ସୂଚନା ପ୍ରଯୁକ୍ତି କଂପାନିଗୁଡ଼ିକର ସେୟାରକୁ ଅଧିକ ମାତ୍ରାରେ କିଣିଛନ୍ତି। ସେଥିପାଇଁ ଇନ୍ଫୋସିସ, ଏଚ୍ଡିଏଫ୍ସି ବ୍ୟାଙ୍କ, ଇଣ୍ଡସଇଣ୍ଡ ବ୍ୟାଙ୍କର ସେୟାର ଦାମ୍ ବଢ଼ିଛି। ଟେଲିକମ୍ କଂପାନି ମଧ୍ୟରେ ରିଲାଏନ୍ସର ସେୟାର ଦାମ୍ ମଧ୍ୟ ବୃଦ୍ଧି ଘଟିଛି।
ପ୍ୟାକେଜ୍ ଘୋଷଣା ପ୍ରଭାବ: ସେନସେକ୍ସ ୧୪୧୧ ପଏଣ୍ଟ୍ ବଢ଼ିଲା, ନିବେଶକଙ୍କର ୪.୪୫ ଲକ୍ଷ କୋଟିର ଲାଭ
/sambad/media/post_attachments/wp-content/uploads/2020/03/sensex-reuters.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)