ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ମାତ୍ର ୬.୯ ବିଲିୟନ ଡଲାର ଅଛି, ଜାଣନ୍ତୁ ଭାରତର କେତେ ଅଛି

ଇସ୍ଲାମାବାଦ : ସାଉଦି ଆରବ ଠାରୁ ୨ ବିଲିୟନ ଡଲାର ସହାୟତା ପାଇବା ସତ୍ତ୍ୱେ ପାକିସ୍ତାନର ଆର୍ଥିକ ଅବସ୍ଥା ଦିନକୁ ଦିନ ଅଧିକ ଦୟନୀୟ ହେବାରେ ଲାଗିଛି । ଗତ ଡିସେମ୍ବର ଶେଷସୁଦ୍ଧା ପାକିସ୍ତାନର ବୈଦେଶିକ ଋଣ ଏବେ ରେକର୍ଡ ୧୦୦ ବିଲିୟନ ଡଲାରରେ ଟପିଯାଇଛି ବୋଲି ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ କହିଛି । ଏଣେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ଏବେ ୭ ବିଲିୟନ (୧ ବିଲିୟନ ୧୦୦ କୋଟି) ଡଲାରରୁ ବି ତଳକୁ ଖସିଯାଇଛି । ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ ମୁତାବକ ଜାନୁୟାରୀ ୧୧ ସୁଦ୍ଧା ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ମାତ୍ର ୬.୯ ବିଲିୟନ ଡଲାର ( ୬୯୦ କୋଟି ଡଲାର) ଥିଲା । ଋଣ ବାବଦ ସୁଧ ପରିଶୋଧ ଫଳରେ ଏହି ସପ୍ତାହରେ ହିଁ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୧୪୭ ନିୟୁତ ଡଲାର କମିଥିଲା ।

ଅନ୍ୟପକ୍ଷରେ ପାକିସ୍ତାନର ଅବସ୍ଥା ସହ ଭାରତକୁ ତୁଳନା କଲେ ଜଣାଯାଏ ଯେ ଉଭୟ ଦେଶ ମଧ୍ୟରେ ଆକାଶ-ପାତାଳ ଫରକ ରହିଛି । ୧୧ ଜାନୁୟାରୀ ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ୧.୨୭ ବିଲିୟନ ଡଲାର ବୃଦ୍ଧି ପାଇ ୩୯୭.୩୫ ବିଲିୟନ ଡଲାରରେ ( ବା ୩୯,୭୩୫ କୋଟି ଡଲାର ) ପହଞ୍ଚିଛି । ଆସନ୍ତା ଦୁଇ ମାସରେ ଏହା ୪୦୦ ବିଲିୟନ ଡଲାର ଟପିବା ଆଶା କରାଯାଏ ।

ଜରୁରୀ ସାମଗ୍ରୀ ଯେପରିକି ତେଲ କିଣିବା ପାଇଁ ପାକିସ୍ତାନ ପାଖରେ ଅର୍ଥ ନାହିଁ । ଏଥିପାଇଁ ପାକିସ୍ତାନ ନିଜର ମିତ୍ର ଦେଶ ଯଥା ଚୀନ , ସାଉଦି ଆରବ ଓ ୟୁଏଇ ନିକଟରେ ହାତ ପତାଉଛି । କିନ୍ତୁ ଚୀନ ନଗଦ ଋଣ ପ୍ରଦାନ କରିବାକୁ ମନା କରିବା ପରେ ଆଗାମୀ ଦିନରେ ପାକିସ୍ତାନ ସାଉଦି ଆରବ ଓ ୟୁଏଇଠାରୁ ଋଣ ପାଇବାକୁ ଆଶା ରଖିଛି ।

ସମ୍ବନ୍ଧିତ ଖବର