ଭାରତରେ ଲଞ୍ଚ୍‌ ହେଲା ପାନାସୋନିକ ପି-୧୦୦ ସ୍ମାର୍ଟଫୋନ୍‌, କେବଳ ଫ୍ଲିପକାର୍ଟରେ ଉପଲବ୍ଧ

ଭୁବନେଶ୍ୱର- ପାନାସୋନିକ ପକ୍ଷରୁ ଏକ ଷ୍ଟାଇଲିସ ସ୍ମାର୍ଟଫୋନ ପି-୧୦୦ର ଶୁଭାରମ୍ଭ କରାଯାଇଛି । ଏହି ଫୋନ୍‌ ସ୍ୱତନ୍ତ୍ରଭାବେ ଅନଲାଇନ୍‌ରେ ଫ୍ଲିଫକାର୍ଟରେ ୮ ଫେବୃଆରୀ ଠାରୁ ଉପଲବ୍ଧ ହେଉଛି । ଏହାର ୨ଜିବି ଫୋନ୍‌ର ମୂଲ୍ୟ ୫,୯୯୯ ଟଙ୍କା ରହିଥିବାବେଳେ ୧ଜିବି ଫୋନ୍‌ର ମୂଲ୍ୟ ୫୨୯୯ ଟଙ୍କା ରହିଛି । ପି-୧୦୦ ୪ଟି ଆକର୍ଷଣୀୟ ରଙ୍ଗ ତଥା ବ୍ଲୁ, ବ୍ଲାକ, ଗୋଲ୍ଡ ଏବଂ ଡାର୍କ ଗ୍ରେ ରଙ୍ଗରେ ଉପଲବ୍ଧ । ପି-୧୦୦ ସହିତ ପାନାସୋନିକ ପକ୍ଷରୁ ’ଗୋଲ୍ଡ ଉତ୍ସବ ଅ୍ୟୁମର ଅଫର’ର ଶୁଭାରମ୍ଭ କରାଯାଇଛି । ୮ ଫେବୃଆରୀ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଉପଲବ୍ଧ ହେବାକୁଥିବା ଏହି ଅଫର ମାଧ୍ୟମରେ ସମଗ୍ର ଦେଶରେ ଭାଗ୍ୟବାନ ଗ୍ରାହକମାନେ ପାନାସୋନିକ ପି-୧୦୦ ର କ୍ରୟରେ ଗୋଟିଏ ସ୍ୱତନ୍ତ୍ର ଉପହାର ପାଇପାରିବେ ।

 

ଏହି ସ୍ମାର୍ଟଫୋନ୍‌ରେ ୧.୪ ମିୟୁଏମ ପିକ୍ସେଲର ରିୟର କ୍ୟାମେରା ରହିଛି ଯାହା ସ୍ୱଚ୍ଛ ଏବଂ ତୀକ୍ଷଣ ଫଟୋ ଏବଂ ଏହାର ମଲ୍ଟି ମୋଡ ବୈଶିଷ୍ଟ୍ୟ ଆପଣଙ୍କ ମନମୁତାବକ ଫଟୋ ପ୍ରଦାନ କରିବ । ଏହି ନୂତନ ସ୍ମାର୍ଟଫୋନ୍‌ ଡ୍ୟୁରା ସ୍ପିଡ କୌଶଳ ଦ୍ୱାରା ପ୍ରସ୍ତୁତ ଯାହା ଉଭୟ ବ୍ୟାଟେରି ଏବଂ ବ୍ୟବହାର ହେଉନଥିବା ବ୍ୟାକଗ୍ରାଉଣ୍ଡ ଆପ୍‌ର ଡାଟାକୁ ଚତୁରତାର ସହିତ ସଂଚୟ କରିଥାଏ । ଏଥିରେ ୫ଇଞ୍ଚର ୨.୫ ଏଚଡି କର୍ଭଡ ଡିସପ୍ଲେ ଏବଂ କର୍ଣ୍ଣି ଗରିଲା ଗ୍ଲାସ ରହିଛି । ଉକ୍ତ ୧୭୪.୮ ଗ୍ରାମ ଓଜନର ସ୍ମାର୍ଟଫୋନରେ ୭.୦ ନୋଗଟ ଆଣ୍ଡ୍ରଏଡ ସହିତ ୨୨୦୦ ଏମଏଏଚ ବ୍ୟାଟେରୀ ବିଶିଷ୍ଟ ଅଟେ ।

ସମ୍ବନ୍ଧିତ ଖବର