ପାନାସୋନିକ ଆଣିଲା ଆଣ୍ଡ୍ରଏଡ୍‌ ଟିଭି

ଭୁବନେଶ୍ବର: ପାନା‌ସୋନିକ ତରଫରୁ ପଟିଆରେ ଥିବା ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପରିସରରେ ନୂଆ ଆଣ୍ଡ୍ରଏଡ୍‌ ଟିଭି ସମେତ ହିଟର ସିରିଜ୍ ୱାସିଂ ମେସିନ୍ ଉନ୍ମୋଚନ କରାଯାଇଛି। ପାନା‌ସୋନିକ ଆଣ୍ଡ୍ରଏଡ୍‌ ଟିଭି ୩୨ ରୁ ୬୫ ଇଞ୍ଚ ପର୍ଯ୍ୟନ୍ତ ବିଭିନ୍ନ ଆକାରରେ ଉପଲବ୍ଧ ହେବ। ଏଥିରେ ୧୬ ଜିବି ଇନ୍‌ବିଲ୍‌ଟ-ମେମୋରି ରହିଛି। ଏହି ଟିଭିର ଦାମ୍ ୨୨ ହଜାର ୪୯୦ ଟଙ୍କାରୁ ଆରମ୍ଭ ହୋଇଛି। କଂପାନି ପକ୍ଷରୁ ଏହା ଉପରେ ୩ ବର୍ଷର ୱାରେଣ୍ଟି ପ୍ରଦାନ କରାଯାଉଛି। ପା‌ନା‌ସୋନିକର ହିଟର ସିରିଜ୍ ୱାସିଂ ମେସିନ୍‌ର କ୍ଷମତା ୬.୭ କେଜିରୁ ଆରମ୍ଭ ହେଉଛି। ଏହା ଉପରେ କଂପାନି ୧୦ ବର୍ଷର ୱାରେଣ୍ଟି ପ୍ରଦାନ କରୁଛି। ୱାସିଂ ମେସିନ୍‌ର ଦାମ୍ ୨୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ନୂତନ ଉତ୍ପାଦ ଉନ୍ମୋଚନ ଅବସରରେ କଂପାନିର ଶାଖା ପ୍ରବନ୍ଧକ ଦୁର୍ଗେଶ ଶୁକ୍ଳା, ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପାର୍ଟନର ରାଜେଶ ଗୁପ୍ତା ଓ ପ୍ରେରିତ ଗୁପ୍ତା, ପାନାସୋନିକ୍‌ର ମାର୍କେଟିଂ ପ୍ରବନ୍ଧକ ‌‌ଶେଖ ରଫିକୁଲ୍ଲା, ରାକେଶ ବାରିକ, ଲଲାଟ ସାହୁ ଓ ହର୍ଷ ମିତ୍ତଲ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର