ଭୁବନେଶ୍ବର: ଜାପାନର ପ୍ରମୁଖ ଇଲେକଟ୍ରୋନିକ୍ସ ସାମଗ୍ରୀ ନିର୍ମାତା ପାନାସୋନିକ୍ ନୂଆ ପ୍ରିମିୟମ ‘ଓ’ଏଲ୍ଇଡି ଟିଭିର ବଜାର ପ୍ରବେଶ କରିଛି। ବାପୁଜୀ ନଗରସ୍ଥିତ ପାତ୍ର ଇଲେକ୍ଟ୍ରୋନିକ୍ସ ସୋ’ରୁମ୍ରେ ନୂଆ ରେଞ୍ଜ୍ର ଓ ଏଲ୍ଇଡି ଟିଭିର ବଜାର ପ୍ରବେଶ କରାଯାଇଛି। କମ୍ପାନିର ସର୍ବ ଭାରତୀୟ ବିକ୍ରି ମୁଖ୍ୟ ମୁରା ହରି ରାଓ, ବିଜ୍ନେସ୍ ହେଡ୍ (ଓଡ଼ିଶା, ଝାଡ଼ଖଣ୍ଡ ଏବଂ ବିହାର) ସନ୍ତୋଷ ସାମନ୍ତରାୟ, ଓଡ଼ିଶା ବ୍ୟବସାୟ ମୁଖ୍ୟ ଦୁର୍ଗେଶ ଶୁକ୍ଳା, ବିପଣନ ପ୍ରବନ୍ଧକ ଶେଖ୍ ରଫିକୁଲ୍ଲା ଏବଂ ପାତ୍ର ଇଲେକଟ୍ରୋନିକ୍ସ ସୋ’ରୁମ୍ର ତତ୍ତ୍ବାବଧାୟକ କୈଳାସ ଚନ୍ଦ୍ର ପାତ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ବଳନ କରି ନୂଆ ରେଞ୍ଜ୍ ଟିଭିର ବଜାର ପ୍ରବେଶ ଘୋଷଣା କରିଥିଲେ। ପାନାସୋନିକ୍ର ଏହି ନୂଆ ‘ଓ’ଏଲ୍ଇଡି ଟିଭି ଉତ୍ତମ ଗୁଣବତ୍ତା ଯୁକ୍ତ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିରେ ନିର୍ମିତ। ସେହିଭଳି ବ୍ୟବହାରୀମାନେ ଏହି ଟିଭିକୁ ସହଜରେ ପରିଚାଳନା କରିପାରିବେ। ବିଭିନ୍ନ ସୋ’ରୁମ୍ରେ ଏହି ନୂଆ ଟିଭି ଉପଲବ୍ଧ ହେବ। ଗ୍ରାହକମାନେ ଉକ୍ତ ଟିଭିର ଅଭିଜ୍ଞତା ନେଇପାରିବେ ବୋଲି କୁହାଯାଇଛି।
ପାନାସୋନିକ୍ର ନୂଆ ଓଏଲ୍ଇଡି ଟିଭି
/sambad/media/post_attachments/wp-content/uploads/2019/09/dafdaf5a6sdf546asdf54a6sf546saf54.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)