ପାନାସୋନିକର ନୂଆ ଏସି

ଭୁବନେଶ୍ବର: ପାନାସୋନିକ ତରଫରୁ ବଜାରରେ ୨୦୧୯ ସଂସ୍କରଣର ଏୟାର କଣ୍ଡିସନର (ଏସି) ଉନ୍ମୋଚନ କରାଯାଇଛି। ହୋଟେଲ୍‌ ସାଣ୍ଡି ଟାୱାରରେ କଂପାନିର ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ, ଯାଜପୁର, ନୟାଗଡ଼ ଏବଂ ପ୍ରମୁଖ ବିତରକ ଦିଗବିଜୟ ଇଲେକ୍ଟ୍ରୋନିକ୍ସ, ପ୍ରେମ ଏଣ୍ଟରପ୍ରାଇଜେସ୍‌, ଉତ୍କଳ ଇଲେକ୍ଟ୍ରୋନିକ୍ସ ଓ ଏସ୍‌ଏ ଇନ୍‌ଫୋସିସ୍‌ ଉପସ୍ଥିତିରେ ଏହି ଏସିଗୁଡ଼ିକୁ ଉନ୍ମୋଚନ କରାଯାଇଛି। ଏହି ଅବସରରେ କଂପାନିର ଆଞ୍ଚଳିକ ମୁଖ୍ୟ (ପୂର୍ବାଞ୍ଚଳ) ପ୍ରିୟଙ୍କ ଶ୍ରୀବାସ୍ତବ, ଜୋନାଲ ମୁଖ୍ୟ (ଓଡ଼ିଶା, ଝାଡ଼ଖଣ୍ଡ, ବିହାର) ସନ୍ତୋଷ ସାମନ୍ତରାୟ ଏବଂ ଶାଖା ପ୍ରବନ୍ଧକ ଦୁର୍ଗେଶ ଶୁକ୍ଳା ଉପସ୍ଥିତ ଥିଲେ। ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଡିଲରଗୁଡ଼ିକୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର