ପାରାଦୀପ ବନ୍ଦରରେ ପଣ୍ୟ କାରବାର ୧୬% ବୃଦ୍ଧି

ଭୁବନେଶ୍ୱର: ଜାନୁଆରି ମାସରେ ଦେଶର ପ୍ରମୁଖ ବନ୍ଦରଗୁଡ଼ିକ ୫୬୦.୯୭ ଟନ୍‌ ପଣ୍ୟ ପରିବହନ କରିଛନ୍ତି। ଗତବର୍ଷ ଏହି ବନ୍ଦରଗୁଡ଼ିକ ମିଳିତ ଭାବେ ଜାନୁଆରିରେ ୫୩୬.୪୧ ନିୟୁତ ଟନ୍‌ ପଣ୍ୟ ପରିବହନ କରିଥିଲେ। ଏହି ସମୟ ଭିତରେ କୋଚିନ ବନ୍ଦର ପଣ୍ୟ ପରିବହନରେ ସର୍ବାଧିକ ୧୮.୬% ବୃଦ୍ଧି ହାସଲ କରିଥିବା ବେଳେ ପାରାଦୀପ ବନ୍ଦର ୧୬% ବୃଦ୍ଧି ହାସଲ କରିଛି। ୨୦୧୭ ଏପ୍ରିଲ୍‌ରୁ ୨୦୧୮ ଜାନୁଆରି ଭିତରେ ପାରାଦୀପ ବନ୍ଦର ୧୫.୦୮% ବୃଦ୍ଧି ସହ ୮୪.୫୭ ନିୟୁତ ଟନ୍‌ ପଣ୍ୟ ପରିବହନ କରିଛି।

ସମ୍ବନ୍ଧିତ ଖବର