ଏସି ଟ୍ରେନ୍‌ ତୁଳନାରେ ବିମାନରେ ଅଧିକ ଲୋକ ଯାତ୍ରା କରୁଛନ୍ତି

ନୂଆଦିଲ୍ଲୀ: ଭାରତରେ ଟ୍ରେନ୍‌ର ଏସି ବଗିରେ ଯାତ୍ରା କରିବା ଅପେକ୍ଷା ଲୋକମାନେ ବିମାନରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ ବିମାନ ବଜାର। ଏହା ବାର୍ଷିକ ୧୮-୨୦% ହାରରେ ଆଗକୁ ବଢ଼ୁଛି। ଏନ୍‌ଡିଏ ସରକାରଙ୍କ ଚତୁର୍ଥ ବର୍ଷ ପୂର୍ତି ଅବସରରେ ଜାରି କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଲକ୍ଷ୍ୟ ହେଉଛି ଆସନ୍ତା ୧୫-୨୦ ବର୍ଷ ଭିତରେ ବାର୍ଷିକ ୧୦୦ କୋଟି ଲୋକଙ୍କୁ ବିମାନ ସେବାର ସୁବିଧା ପ୍ରଦାନ କରିବା। ୨୦୧୭ରେ ଭାରତର ସ୍ଥାନୀୟ ବିମାନ ଯାତ୍ରୀ ସଂଖ୍ୟା ୧୦ କୋଟି ଅତିକ୍ରମ କରିସାରିଛି। ଦେଶର ଛୋଟ ସହରଗୁଡ଼ିକର ଲୋକମାନଙ୍କୁ ବିମାନ ସେବା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଉଡାନ୍‌ ସ୍କିମ୍‌ ଆରମ୍ଭ କରିଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଦାବି କରାଯାଇଛି ଯେ ଏହି ସ୍କିମ୍‌ ବେଶ ସଫଳ ହୋଇଛି ଓ ଭାରତରେ କାର୍ଯ୍ୟକ୍ଷମ ଥିବା ବିମାନ ବନ୍ଦର ସଂଖ୍ୟା ୧୦୦ ପାଖାପାଖି ପହଞ୍ଚିଛି।

ସମ୍ବନ୍ଧିତ ଖବର